ପୁରୀ ସବ୍‌ରେଜିଷ୍ଟାର ନିଲମ୍ବିତ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଡ଼ିଶା ରାଜସ୍ୱ ସେବା ବର୍ଗର ସନ୍ତୋଷ କୁମାର ପତିଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଶ୍ରୀ ପତି ପୁରୀଠାରେ ଇନ୍‌ଚାର୍ଜ ଜିଲ୍ଲା ସବ୍‌ରେଜିଷ୍ଟ୍ରାର ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଏହି ନିଲମ୍ବନ ଅବଧିରେ ଆଇଜିଆର୍‌, କଟକଙ୍କ କାର୍ଯ୍ୟାଳୟରେ ଶ୍ରୀ ପତିଙ୍କର ହେଡ୍‌କ୍ୱାଟର ଫିକ୍ସ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଶ୍ରୀ ପତିଙ୍କ ନାମରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ଥିଲା।

kalyan agarbati

Comments are closed.