ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ନୂଆ ଜିଲାପାଳ: ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ବୁଲି ଦେଖିଲେ, କାର୍ଯ୍ୟ ତ୍ବରାନିତ କରିବାକୁ ପରାମର୍ଶ ଦେଲେ

ଆରଡି: ଭଦ୍ରକ ଜିଲାର ନୂତନ ଭାବେ ଦାୟିତ୍ବ ନେଇଥିବା ଜିଲାପାଳ ସିଦ୍ଧେଶ୍ବର ବଳିରାମ ବାନ୍ଦୋର ସୋମବାର ଅପରାହ୍ଣରେ ଆରଡିପୀଠକୁ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଏଥିସହ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚାଲିଥିବା ଉନ୍ନତିମୂଳକ ଓ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିବା ସହ ପ୍ରସ୍ତୁତ ବ୍ଲୁପ୍ରିଣ୍ଟି ଦେଖିଥିଲେ। କିପରି କାର୍ଯ୍ୟ ତ୍ବରାନିତ ହେବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଆଗକୁ ଶ୍ରାବଣୀଯାତ୍ରା ଥିବାରୁ କିପରି ମନ୍ଦିର ଭିତରବେଢା ଓ ବାହାର କାର୍ଯ୍ୟ ସରିବ ସେଥିପାଇଁ ଅଧିକ ଲୋକ ଲଗାଇ କାର୍ଯ୍ୟ ସାରିବା ପାଇଁ କହିଥିଲେ ଜିଲାପାଳ। ଏହାପରେ ମନ୍ଦିରର ଇତିହାସ ଓ ଅନ୍ୟାନ୍ୟ ନୀତିକାନ୍ତି ସର୍ମ୍ପକରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଭଦ୍ରକ ଜିଲାରୁ ପଦୋନ୍ନତି ପାଇ ବଦଳି ହୋଇଥିବା ଜିଲାପାଳ ତ୍ରିଲୋଚନ ମାଝୀ ଓ ତାଙ୍କ ପରିବାର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ବାବା ଆଖଣ୍ଡଳମଣିଙ୍କ ଫଟୋ ପ୍ରଦାନ କରାଯାଇ ଥିଲା। ଏହି ଗସ୍ତରେ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର, ବରିଷ୍ଠ ସେବାୟତ ଗଦାଧର ପାଢୀ, ଅରବିନ୍ଦ ପାଢୀ, ବିଜୟ ଦାଶ, କିଶୋର ମହୋନ ଦୀବେଦି , ବିଭୁତି ପାଢୀ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଜିଲା ଗୃହନିର୍ମାଣ ବିଭାଗର ନିର୍ବାହୀ ଅଧିକାରୀ ଅମ୍ବିକା ସ୍ବାଇଁ, ଚାନ୍ଦବାଲି ଅତିରିକ୍ତ ତହସିଲଦାର, ଆରଡି ରାଜସ୍ବନୀରିକ୍ଷକ ଦେବାଶିଷ ରାୟ, ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.