ପୁରୀ-ରଙ୍ଗପଡ଼ା ନର୍ଥ-ପୁରୀ ରେଳ ସେବା ଜୁଲାଇ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ବର, ୧୪ା୬(ନି.ପ୍ର): ପୁରୀ-ରଙ୍ଗପଡ଼ା ନର୍ଥ-ପୁରୀ ବିଶେଷ ରେଳ ସେବା ଜୁଲାଇ ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ କିଛି ରେଳ ବାତିଲ ରହିବ। ଉଭୟ ଯାତ୍ରୀ ଏବଂ ରେଳର ସୁରକ୍ଷା ପାଇଁ ପ୍ରାଥମିକତା ଦିଆଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଯାତ୍ରୀଙ୍କ ସୁବିଧା ପାଇଁ ରଙ୍ଗପଡ଼ା ନର୍ଥ-ପୁରୀ-ରଙ୍ଗପଡ଼ା ନର୍ଥ (ଆସାମ) ବିଶେଷ ରେଳ ସେବାକୁ ରଙ୍ଗପଡ଼ା ନର୍ଥରୁ ଜୁଲାଇ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ପୁରୀରୁ ଜୁଲାଇ ୨୭ ଯାଏଁ ବୃଦ୍ଧି କରାଯାଇଛି। ଏହି ରେଳ ପାଇଁ ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାବ୍ୟତୀତ କେତେକ ରେଳ ସେକ୍ସନ ମଧ୍ୟରେ ଜରୁରୀ ଟ୍ରାକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଉଭୟ ପାର୍ଶ୍ୱରୁ ଜୁନ ୧୮ ଏବଂ ୧୯ରେ ୬ ରେଳ ବାତିଲ କରାଯିବ। ରେଳଗୁଡିକ ହେଲା ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟରସିଟି, ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି, ବିଶାଖାପାଟନମ-ଭୁବନେଶ୍ୱର-ବିଶାଖାପାଟନମ ଇଣ୍ଟରସିଟି, ବିଶାଖାପାଟନମ-ପଲାସା-ବିଶାଖାପାଟନମ, ବିଶାଖାପାଟନମ-କୋରାପୁଟ-ବିଶାଖାପାଟନମ ପାସେଞ୍ଜର ଏବଂ ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ ରେଳ ରହିଛି।

kalyan agarbati

Comments are closed.