ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସାମୁହିକ ଅଭ୍ୟାସ
ବାଙ୍କୀ: ସମ୍ଭାବ୍ୟ ବନ୍ୟା ପରିସ୍ଥିତ ମୁକାବିଲା ଏବଂ ବନ୍ୟା ପରବର୍ତ୍ତୀ ସ୍ଥିିତିକୁ ସାମ୍ନା କରିବା ନିମନ୍ତେ ବାଙ୍କୀ ଓ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ୫ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ସ୍ତରୀୟ ସାମୁହିକ ଅଭ୍ୟାସ ଯଥାକ୍ରମେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ବାଙ୍କୀ ବ୍ଲକ୍ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ସହକାରୀ ଜିଲାପାଳ ଦେବେନ୍ଦ୍ର ଖଟୁଆ, ସହାକାରୀ ବିଡ଼ିଓ ସୂଚିସ୍ମିତା ନାୟକ, ସ୍ଥାନୀୟ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରା, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ସବିତା ଦେହୁରୀ, ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳେଇ ପ୍ରମୁଖ ଯୋଗ ଦେଇ ବିପର୍ଯ୍ୟୟ ପ୍ରଶମନ, ପ୍ରସ୍ତୁତି ଏବଂ ପ୍ରଭାବିତ ଲୋକମାନଙ୍କୁ ଉଦ୍ଧାର କରିବାର ପ୍ରଣାଳୀ, ଆଶ୍ରୟସ୍ଥଳୀରେ ଆଶ୍ରୟ ନେଉଥିବା ଲୋକମାନଙ୍କର ସେବା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଅଗ୍ନିଶମ ବିଭାଗ ଅଧିକାରୀ ଓ ପ୍ରଶିକ୍ଷକ ଉପସ୍ଥିତ ରହି ବିଭିନ୍ନ ମକ୍-ଡ୍ରିଲ୍ ପ୍ରଦର୍ଶନ କରି ଜନ ସଚେତନ କରିଥିଲେ। ସ୍ଥାନୀୟ ଗ୍ରାମ ମୁରବୀ, ଶିକ୍ଷକ, ଯୁବକ ସଂଘ ପ୍ରତିନିଧି, ଆଶା ଅଙ୍ଗନୱାଡ଼ି କର୍ମୀ ଏବଂ ସ୍ୱୟଂସହାୟକ ମୁରବୀମାନେ ଉପସ୍ଥିତ ଥିଲେ। ସେହିପରି ବନ୍ଦାଳ ଏବଂ ଅନୁୟାରୀ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଠାରେ ବାଙ୍କୀ ବିଡ଼ିଓ ଯୋଗେଶ୍ୱର ନାୟକ, ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ମଧ୍ୟ ଡମପଡ଼ା ବ୍ଲକ୍ର ଡମପଡ଼ା ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବିଲିପଡ଼ା ଆଶ୍ରୟସ୍ଥଳୀଠାରେ ଏହି କାର୍ଯ୍ୟକ୍ରମ ତଥା ବିପର୍ଯ୍ୟୟ ପରି·ଳନା ଅଭ୍ୟାସ ଅଗ୍ନିଶମ କର୍ମ·ରୀଙ୍କ ଦ୍ୱାରା କରାଯାଇଛି। ବିଡ଼ିଓ ଶ୍ୟାମଳ ଚନ୍ଦ୍ର ରାୟ, ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ।
Comments are closed.