ଏନଡିଆରଏଫ ଯବାନଙ୍କ ଉତ୍ସର୍ଗୀକୃତ ଦକ୍ଷତା ବେଶ୍ ପ୍ରଶଂସିତ

କବି ନଟବର ସାହିତ୍ୟ ସଂସଦ ପକ୍ଷରୁ ଏନଡିଆରଏଫ୍ ଯବାନଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ: ନିକଟରେ ୮୦ଫୁଟ ଗଭୀର ବୋର୍ୱେଲରେ ଫଶି ୫ଦିନ ରହିଥିବା ୧୦ବର୍ଷର ଭିନ୍ନକ୍ଷମ ବାଳକ ରାହୁଲ ସାହୁଙ୍କ ଉଦ୍ଧାର କରିବାରେ ଓଡ଼ିଶାର ମୁଣ୍ଡଳିସ୍ଥିତ ଏନଡିଆରଏଫର ଯବାନମାନଙ୍କ ଉତ୍ସର୍ଗୀକୃତ ଦକ୍ଷତା ବେଶ୍ ପ୍ରଶଂସିତ। ଏହି ପରିପ୍ରେକ୍ଷୀରେ ଡମପଡ଼ାଗଡ଼ କବି ନଟବର ସାହିତ୍ୟ ସଂସଦ ପକ୍ଷରୁ ସଦସ୍ୟମାନେ ମୁଣ୍ଡଳିସ୍ଥିତ ବାଟାଲିୟନ ଏନଡିଆରଏଫ ଯବାନମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସମ୍ମୁଖ ଭାଗରେ ନେତୃତ୍ୱ ନେଇଥିବା ଡେପୁଟି ବର୍ଦ୍ଧମାନ ମିଶ୍ର, ଇନ୍ସପେପ୍ଟର ଏସ୍.କେ ତ୍ରିପାଠୀ, ଆର୍.କେ ରୱାଟ୍ ଜୀ, ସବ୍ଇନସ୍ପେକ୍ଟର ଏସ୍.କେ ଯାଦବ ଜୀ ଓ ୨୩ଜଣ ସକ୍ରୀୟ ଅଂଶଗ୍ରହଣକାରୀ ଯବାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଆବାହକ ସଞ୍ଜିବ କୁମାର ଦାସଙ୍କ ନେତୃତ୍ବରେ ସଭ୍ୟ ସରୋଜ କୁମାର ବେହେରା, ଶିକ୍ଷାବିତ୍ କାଶୀନାଥ ରାଉତ, ଅଧ୍ୟାପକ ନିରାକାର ପ୍ରସାଦ ସାମନ୍ତରାୟ, ଜ୍ୟୋତିପ୍ରକାଶ ପାଣି ପ୍ରମୁଖ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।

kalyan agarbati

Comments are closed.