ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଗାଡ଼ି ପାର୍କିଂ ନେଇ ଗଣ୍ଡଗୋଳ, ଡ୍ରାଇଭର ଓ କଣ୍ଡକ୍ଟରକୁ ଗୋଡେଇ ଗୋଡେଇ ହାଣିଲେ ଅନ୍ୟ ବସର କର୍ମଚାରୀ

ମୁଁ ବାହା ହେବାକୁ ରାଜି, ଆଉ ୬୦ଦିନ ସମୟ ବାକି ରହିଛି, ଭଲ ସମୟ ଦେଖି ସୋମାଲିକାଙ୍କୁ ବିବାହ କରିବି-ବିଜୟ ଶଙ୍କର ଦାସ

ଭୁବନେଶ୍ୱର: ଆଜି ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଗାଡ଼ି ପାର୍କିଂକୁ ନେଇ ପ୍ରଥମେ କଥା କଟାକଟି ଏବଂ ପରବର୍ତ୍ତି ସମୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଫଳରେ ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଗୋଟିଏ ବସର ଡ୍ରାଇଭର ଓ କଣ୍ଡକ୍ଟରକୁ ଅନ୍ୟ ବସର କର୍ମଚାରୀ ଗୋଡେଇ ଗୋଡେଇ ହାଣିଥିବା ଦେଖିବାକୁ ମଳିଛି। ଅନ୍ୟବସର କର୍ମଚାରୀମାନେ ପୁଲିସ ସାମ୍ନାରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ହାଣି ରକ୍ତାକ୍ତ କରିଦେଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ିଥିଲେ ବି ସେମାନଙ୍କୁ କେହି ଉଦ୍ଧାର କରିନଥିଲେ। ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଗାଡି ପାର୍କିଂକୁ ନେଇ ଡ୍ରାଇଭର ଓ କଣ୍ଡକ୍ଟରକୁ ବସ ଷ୍ଟାଣ୍ଡର ଅନ୍ୟ ବସର କର୍ମଚାରୀମାନେ ହାଣିଥିବା ସୂଚନା ମିଳିଛି। ତେବେ ଘଟଣା ସ୍ଥଳରେ ପହଞ୍ଚିଛି ଭରତପୁର ଥାନା ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ ସହ ତଦନ୍ତ ଆରମ୍ଭ କରିଛି। ଗୁରୁତର ଭାବେ ଆହତ ହୋଇଥିବା ଡ୍ରାଇଭର ଓ କଣ୍ଡକ୍ଟର ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

kalyan agarbati

Comments are closed.