ପିପିଲି ଜେଏମ୍‍ଏଫ୍‍ସି କୋର୍ଟରେ ବିଚାରାଧିନ ରହିଛି ୬ହଜାରୁ ଅଧିକ ଫୌଜଦାରୀ ଓ ଦେୱାନୀ ମାମଲା

ଡେଲାଙ୍ଗରେ ଜେଏମ୍‍ଏଫ୍‍ସି କୋର୍ଟ ପ୍ରତିଷ୍ଠା ଦାବୀ, ଆଇନମନ୍ତ୍ରୀଙ୍କୁ ଭେଟିଲେ ପିପିଲି ବିଧାୟକ

ପିପିଲି:ପୁରୀ ଜିଲାର ଡେଲାଙ୍ଗ ବ୍ଲକରେ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ(ଜେଏମ୍‍ଏଫ୍‍ସି) ପ୍ରତିଷ୍ଠା ପାଇଁ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ ନେତୃତ୍ୱରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଆଇନଜିବୀ ଓ ଜନପ୍ରତିନିଧିମାନେ ରବିବାର ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଆଲୋଚନା କରିଛନ୍ତି। ଏ ସମ୍ପର୍କିତ ଏକ ଦାବୀପତ୍ରକୁ ବିଧାୟକ ଶ୍ରୀ ମହାରଥି ଆଇନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଡେଲାଙ୍ଗ ବ୍ଲକ ଅଞ୍ଚଳର ୬ହଜାରୁ ଉର୍ଦ୍ଧ ଫୌଜଦାରୀ ଓ ଦେୱାନୀ ମାମଲା ପିପିଲି ଜେଏମ୍‍ଏଫ୍‍ସି କୋର୍ଟରେ ବିଚାରାଧିନ ରହିଥିବା ବେଳେ ବିଚାର ବିଳମ୍ବିତ ହେଉଛି। ଡେଲାଙ୍ଗ ଅଞ୍ଚଳର ମାମଲା ଗୁଡ଼ିକର ଶୀଘ୍ର ଫଇସଲା ନିମନ୍ତେ ଜନସାଧାରଣଙ୍କର ହିତ ଦୃଷ୍ଟିରୁ ଡେଲାଙ୍ଗରେ ଏକ ଜେଏମ୍‍ଏଫ୍‍ସି କୋର୍ଟର ଜରୁରୀ ଆବଶ୍ୟକତା ରହିଛି ବୋଲି ଉକ୍ତ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଏଦିଗରେ ସହୃଦୟତାର ସହ ବିଚାର କରାଯିବ ବୋଲି ଆଇନମନ୍ତ୍ରୀ ଶ୍ରୀସାରକା ବିଧାୟକ ଓ ଆଇନଜିବୀମାନଙ୍କୁ ପ୍ରତିଶୃତି ଦେଇଥିଲେ। ବିଧାୟକଙ୍କ ସହ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ଆଇନଜିବୀ ଅନିଲ ଦଳେଇ, ରାଜକିଶୋର ସ୍ୱାଇଁ, ବସନ୍ତ ଦାଶ, ମାର୍କଣ୍ଡ ପରିଡ଼ା, ବିଶ୍ୱନାଥ ପରିଡ଼ା, ସୁରେଶ ପ୍ରଧାନ, ବିନାୟକ ପ୍ରଧାନ, ଅଧିକାରୀ ବେହେରା, ହୃଷିକେଶ ପାଢୀ ଓ ଅସିତ ମିଶ୍ର ପ୍ରମୁଖ ଆଇନମନ୍ତ୍ରୀଙ୍କୁ ଭେଟି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.