ଆସିଲାଣି ବର୍ଷାଋତୁ: ଅଧାରେ ଅଟକିଛି ଛଅଗାଁ -କୁମାରପୁର ରାସ୍ତା ପିଚୁକରଣ

ଗୁରୁଡିଝାଟିଆ: ମୌସୁମୀ ବର୍ଷା ବସୁଧାକୁ ଭିଜାଇଲାଣି। ଖାଲଖମା ହୋଇଥିବା ରାସ୍ତାଘାଟ ଅସରାଏ ପାଣିରେ ବୁଡି ଯିବା ଫଳରେ ସାଧାରଣ ଜନତାଙ୍କ ପାଇଁ ଡାକି ଆଣିଛି ବିପଦ। ଏବେ ଛଅଗାଁରୁ କୁମାରପୁରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ପିଚୁକରଣ ଅଧା ଅବସ୍ଥାରେ ଅଟକିରହିଛି। ସାମନ୍ୟ ବର୍ଷାରେ ରାସ୍ତାରେ ପାଣି ଜମିଯିବା ପରେ ଆଜି ୪ ପଞ୍ଚାୟତର ଜନସାଧାରଣ ଘୋର ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ସ୍କୁଟିରେ ବସି ଆସୁଥିବା ଏକ ମହିଳା ଓ ଛୋଟପିଲା ରାସ୍ତାରେ ପଡି କାଦୁଅ ହୋଇଯାଇଥିଲା। ଆଗକୁ ଏହି ସମାସ୍ୟା ବୃଦ୍ଧି ପାଇବ। ପ୍ରକାଶଯୋଗ୍ୟ ରାସ୍ତାଟି ଦୀର୍ଘବର୍ଷ ଧରି ଖାଲଖମାରେ ପରିଣତ ହୋଇଥିଲା। ତୁରନ୍ତ ମରାମତି ପାଇଁ ଏକାଧିକବାର ସମାଜରେ ପ୍ରକାଶ ପରେ ଗତବର୍ଷ ଠାରୁ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଚାଲୁରହିଥିଲେ ମଧ୍ୟ ପିଚୁକରଣ କାର୍ଯ୍ୟ ଅଧାରେ ଅଟକିଛି। ମେଣ୍ଟାଲ ବିଛାଯାଇ କଳା ମୁଗୁନିପଥର ଉପରେ ମୋରମ ବିଛାଇ ସମତଳ କରି ଠିକାଦାର ଅଟକିଯାଇଛି। କେବଳ ସେତିକି ନୁହେଁ ରାସ୍ତା ପାଇଁ ନିର୍ମିତ ହେଉଥିବା ସୁରକ୍ଷା ଦେବାଲ ମଧ୍ୟ ଅଧାରେ ଅଟକିରହିଛି। ସେହିସ୍ଥାନରେ ଏବେ ଅସରାଏ ବର୍ଷାରେ ୩ଫୁଟ ପାଣି ଜମିଲାଣି। ଫଳରେ ସୁରକ୍ଷା ଦେବାଲର ନିର୍ମାଣର ସଠିକତା ଓ ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶଯୋଗ୍ୟ ରାଧାକିଶୋରପୁର ରୁ ଚୌଦ୍ୱାରକୁ ଛଅଗାଁ-କୁମାରପୁର ଦେଇ ଏହି ପୂର୍ତ୍ତ ବିଭାଗ ରାସ୍ତାଟି ସଂଯୋଗ କରୁଛି। ଏହା ଉପରେ ଗୁରୁଡିଝାଟିଆ, ଗୋବରା, ଛଅଗାଁ, କୁମାରପୁର ଓ ରାଧାକିଶୋରପୁର ପଞ୍ଚାୟତର ଶହଶହ ଜନସାଧାରଣ ଦୈନିକ ଚୌଦ୍ୱାର ଯାତାୟାତ କରିଥାନ୍ତି। ଏଥିସହିତ ଛଅଗାଁ ଠାରେ ଥିବା ରେଳଷ୍ଟସନକୁ ମଧ୍ୟ ଦୈନିକ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ଯେହେତୁ ୫୫ ନଂ ଜାତୀୟ ରାଜପଥ ବ୍ୟସ୍ତବହୁଳ ହୋଇଥାଏ ବାଇକଚାଳକଙ୍କ ପାଇଁ ନିରାପଦ ନୁହେଁ। ସେଥିପାଇଁ ନବେଢା ଅଞ୍ଚଳର ଜନସାଧାରଣ ପୂର୍ତ୍ତ ବିଭାଗର ଏହି ରାସ୍ତା ଉପରେ ନିର୍ଭରଶୀଳ ଅଟନ୍ତି। ବିଭାଗୀୟ ଯନ୍ତ୍ରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଠିକାଦରଙ୍କ କାର୍ଯ୍ୟକ୍ଷେତ୍ରରେ ଶିଥିଳତା ପ୍ରତି କାର୍ଯ୍ୟାନୁଷ୍ଠାନ କରିବା ନିମନ୍ତେ ଉପରୋକ୍ତ ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି।

kalyan agarbati

Comments are closed.