ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ
ରେଙ୍ଗାଲି: ରେଙ୍ଗାଲି ବ୍ଳକ ସମ୍ମିଳନୀ କକ୍ଷରେ ଆଜି ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁଙ୍କ ସଂଯୋଜନାରେ ପରିଚାଳିତ ଏହି ବୈଠକରେ ଓଡିଶା ବିପର୍ଯ୍ୟୟ ପ୍ରଶମନ ବିଭାଗର ମହାପ୍ରବନ୍ଧକ ଡ.ମଳୟ କୁମାର ପ୍ରଧାନ ଯୋଗ ଦେଇ ସମ୍ଭାବ୍ୟ ବନ୍ୟା, ବାତ୍ୟାର ସୁପରିଚାଳନା କିପରି ଠିକ୍ ଭାବରେ କରାଯାଇ ପାରିବ ସେ ସଂକ୍ରାନ୍ତରେ ପ୍ରସ୍ତୁତ ଯୋଜନା ନେଇ ଆଲୋଚନା କରି ବିପର୍ଯ୍ୟୟ ପରିଚାଳନା ପାଇଁ ସମସ୍ତ ବିଭାଗ ସର୍ବଦା ସଜାଗ ଓ ତତ୍ପର ରହିବାକୁ ଆହ୍ବାନ ଦେଇଥିଲେ। ଏହି ବୈଠକ ରେ ଲଇଡା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ର ଅଧିକ୍ଷକ ଡା.ଆଶିଷ ମାଝି, କୃଷି,ପଶୁସମ୍ପଦ, ସମନ୍ନିତ ଶିଶୁ ବିକାଶ, ଉଦ୍ୟାନ ବିଭାଗ, ଅଗ୍ନିଶମ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଆଦି ବିଭିନ୍ନ ବିଭାଗ ର ବ୍ଳକ ସ୍ତରୀୟ ଅଧିକାରୀ ଓ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାଧିନ ଏକତା ସଂଗଠନ ର କର୍ମକର୍ତ୍ତାମାନେ ଯୋଗ ଦେଇ ଥିଲେ।
Comments are closed.