ବୌଦ୍ଧ ଜିଲା ଶିକ୍ଷା ବିଭାଗ ପକ୍ଷରୁ ମନ୍ତ୍ରୀ ପ୍ରଦିପ ଅମାତଙ୍କୁ ସମ୍ବର୍ଦ୍ଧନା
ବୌଦ୍ଧ : ବୌଦ୍ଧ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବୌଦ୍ଧ ବିଧାୟକ ତଥା ପଞ୍ଚାୟତିରାଜ,ଜଙ୍ଗଲ ଓ ସୂଚନା ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝି ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା, ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, ଅଖିଳ କୁମାର ପ୍ରଧାନ, କାର୍ଯ୍ୟାଳୟ ସହାୟକ ପ୍ରୀତି ରଞ୍ଜନ ମହାଲିକ, ଶୁଭେନ୍ଦୁ ବାରିକ୍, ଛନ୍ଦାରାଣୀ ପ୍ରଧାନ, ସୁଧୀର ନାଏକ, କୁନ୍ତୀ ଦିଗାଲ ଓ ଶଙ୍କର ମେହେର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
Comments are closed.