ଦିଲ୍ଲୀ ପୁଲିସର ଦମନ ଲୀଳାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଧାରଣା
ବୌଦ୍ଧ : କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କ ଏକଛତ୍ରବାଦ ଓ ଦିଲ୍ଲୀ ପୁଲିସର ଦମନଲୀଳା ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ବୌଦ୍ଧ ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲା ମୁଖ୍ୟ ଡାକଘର ସମ୍ମୁଖରେ ଦିନିକିଆ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାର ପ୍ରତିକ୍ରିୟାଶୀଳ ହୋଇ ଏବଂ ଉଦ୍ଦେଶ୍ୟମୂଳକ ଭାବରେ କଂଗ୍ରେସର ନେତାମାନଙ୍କୁ ଟାର୍ଗେଟ କରି କ୍ଷମତାର ଅପବ୍ୟବହାର କରିବା ସହିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନଙ୍କୁ ଲଗାଇ ହଇରାଣ କରୁଥିବାରୁ କଂଗ୍ରେସ ପକ୍ଷରୁ ଏହାର ଦୃଢ ନିନ୍ଦା କରାଯାଇଛି। କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତିକୁ କ୍ଷୁୂର୍ଣ୍ଣ କରିବାର ଚକ୍ରାନ୍ତ କରାଯାଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଯେଉଁଭଳି ଭାବରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଅଟକ ରଖାଯାଇ ପଚରା ଉଚୁରା କରାଯାଉଛି ଏହାକୁ ଜିଲା କଂଗ୍ରେସ କମିଟି ପକ୍ଷରୁ ବିରୋଧ କରାଯିବା ସହିତ ତୁରନ୍ତ କେନ୍ଦ୍ର ସରକାର ପ୍ରତିକ୍ରିୟାଶୀଳ ରାଜନିତୀରୁ ନ ଓହରିଲେ ଦେଶବ୍ୟାପି କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ବରିଷ୍ଠ କଂଗ୍ରେସ ନେତା ନାରାୟଣ ପ୍ରସାଦ ପରିଜା, କବିତା ମହାକୁଳ, ଅଭାଗିନୀ ସାଥୁଆ, ପ୍ରଭାତୀ ବେହେରା, ଶାନ୍ତନୁ ମହାପାତ୍ର, ପ୍ରଶାନ୍ତ ସାହୁ, ସମରେଶ ମିଶ୍ର, ଗଣେଶ ଅଗ୍ରୱାଲା, ପିସିସି ସଦସ୍ୟ ରାଏ ସଂଜିବ କୁମାର ଦେଓ, ମାନଭଞ୍ଜନ ସାମଲ, ନାରାୟଣ ବେହେରା, ପ୍ରଦୀପ ଦାସ, ଉଦୟନାଥ ଶର୍ମା, ପଙ୍କଜ କୁମାର କର୍ଣ୍ଣ, ଚିତରଞ୍ଜନ ବେହେରା,ତାରେଣି ଜେନା, ଜ୍ୟୋତିନ୍ଦ୍ର ସିହ୍ନା, ଅର୍ଜୁନ ମହାନନ୍ଦିଆ, ବେଣୁଧର ମେହେର, ସମରେନ୍ଦ୍ର ମହାକୁଳ, ରୋହିତାଶ୍ୱ ବେହେରାଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ସାମିଲ ହୋଇଥିଲେ।
Comments are closed.