ବୌଦ୍ଧ ସହରରେ ଚାଲିଥିବା ଜବରଦଖଲ ଅଭିଯାନକୁ ଜିଲ୍ଲା କଂଗ୍ରେସର ବିରୋଧ

ବୌଦ୍ଧ : ବୌଦ୍ଧ ସହର ମଧ୍ୟରେ ଚାଲିଥିବା ଜବରଦଖଲ ଅଭିଯାନକୁ ଜିଲା କଂଗ୍ରେସ କମିଟି ପକ୍ଷରୁ ବିରୋଧ କରାଯାଇଛି। ଏନେଇ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଦାବିପତ୍ରକୁ ଅତିରିକ୍ତ ଜିଲାପାଳ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଦ୍ୱାରା ବୌଦ୍ଧ ସହରରେ ଚାଲୁରହିଥିବା ଘରଭଙ୍ଗା ସାଙ୍ଗକୁ ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟକ୍ରମକୁ ନିନ୍ଦା କରିବା ସହ ଏଥିରୁ ପ୍ରଶାସନ ନିବୃତ ରହିବାକୁ ଦାବି କରାଯାଇଛି। ବୌଦ୍ଧ ସହରର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକ୍ରମକୁ ଜିଲା କଂଗ୍ରେସ କମିଟି ପକ୍ଷରୁ ସ୍ୱାଗତ କରୁଥିବା ବେଳେ ଜବର ଦଖଲ କାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସପକ୍ଷରେ ମତ ପ୍ରକାଶ କରିଥିବା ବେଳେ ତାଙ୍କର ଉପଯୁକ୍ତ ଥଇଥାନ ପ୍ରତି ସର୍ବଦା ପ୍ରଶାସନ ଅଗ୍ରାଧିକାର ଦେବା ଆବଶ୍ୟକତା ରହିଛି ଏବଂ ବର୍ତ୍ତମାନ ବର୍ଷାଋତୁ ପହଞ୍ଚି ସାରିଥିବା ବେଳେ ପ୍ରଶାସନ ମଧ୍ୟ ଏଥିପ୍ରତି ଗୁରୁତ୍ୱର ସହ ଚିନ୍ତା କରିବା ଆବଶ୍ୟକ ବୋଲି ଦାବିପତ୍ରରେ ଉଲ୍ଲେଖ ଅଛି। ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲା ମୁଖପାତ୍ର ଶାନ୍ତନୁ ମହାପାତ୍ର,ଉପସଭାପତି ସମରେଶ ମିଶ୍ର, ଆଇନଜିବୀ ବିଶ୍ୱଜିତ ମିଶ୍ର, ଉଦୟନାଥ ଶର୍ମା, ବରିଷ୍ଠ ନେତା ପ୍ରଶାନ୍ତ ସାହୁ, ବୁଦ୍ଧଦେବ ପ୍ରଧାନ, ଜିଲ୍ଲା ସଭାନେତ୍ରୀ କବିତା ମହାକୁଡ, ପ୍ରଭାତୀ ବେହେରା ପ୍ରମୁଖ ସାମିଲଥିଲେ।

kalyan agarbati

Comments are closed.