କଣ୍ଟାବାଞ୍ଜି ଷ୍ଟେସନର ପ୍ଲାଟଫର୍ମର ସେଡ଼ ସଂପ୍ରସାରଣ , ଜିଆରପି କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ

ରାଇଟ ଟୁ ଫାଇଟ ସଂଗଠନ ସହ ରେଳ ପ୍ରଶାସନର ବୈଠକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସ୍ବେଚ୍ଛାସେବୀ ସଂଗଠନ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଉପେକ୍ଷା କରାଯାଉ ଥିବା ଅଭିଯୋଗ କରିବା ସହ ବିଭିନ୍ନ ଦାବି ନେଇ ଚଳିତ ମାସ ୨୦ ତାରିଖ ରେଳରୋକ ଆନ୍ଦୋଳନର ଡାକରା ଦେଇଥିଲେ। ତେବେ ଏହି ରେଳ ରୋକ କେମିତି ସ୍ଥଗିତ ରହିବ ସେନେଇ ରେଳ ପ୍ରଶାସନ ଉଦ୍ୟମ କରିଥିବା ବେଳେ ଶୁକ୍ରବାର ସ୍ଥାନୀୟ ରେଳ ପ୍ରବନ୍ଧକଙ୍କ କାର୍ୟ୍ୟଲୟରେ ରେଳ ପ୍ରଶାସନ ଏକ ବୈଠକର ଆୟୋଜନ ହୋଇଥିଲା। ବୈଠକରେ ରାଇଟ ଟୁ ଫାଇଟର ସଦସ୍ୟ ଉପସ୍ଥିତ ଥିବା ବେଳେ ସେମାନେ ଦେଇଥିବା ଦାବି ଉପରେ ଟିକିନିଖି ଆଲୋଚନା ହୋଇଥିଲା। କିଛି ଦାବି ଉପରେ ରେଳ ପ୍ରଶସନର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବା ସହ ଚିଠି କରାଯାଇଥିବା କୁହାଯାଇଥିଲା। କଣ୍ଟାବାଞ୍ଜି ଷ୍ଟେସନ ର ପ୍ଲେଟଫାର୍ମ ନମ୍ବର ୧ ଏବଂ ୨ର ସେଡ଼ ସମ୍ପ୍ରସାରଣ , କଣ୍ଟାବାଞ୍ଜି ଏନଏସି ଛକ ନିକଟରେ ନୂତନ ରୋଡ ଅଣ୍ଡର ବ୍ରିଜ ନିର୍ମାଣ, କଣ୍ଟାବାଞ୍ଜିରେ ରେଲୱେ ଖାଲି ପଡିଥିବା ଜମିରେ ପ୍ରସାବିତ ବିଭିନ୍ନ ପ୍ରକଳ୍ପର ଶୀଘ୍ର କାର୍ୟ୍ୟ ଆରମ୍ଭ, କୋରୋନା ସମୟରେ ବନ୍ଦ ଥିବା ସମସ୍ତ ପେସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନକୁ ପୁଣି ଆରମ୍ଭ କରିବା, ଜିଆରପି ଆଉଟ ପୋଷ୍ଟର ନୂତନ ଗୃହ ନିର୍ମାଣ, କଣ୍ଟାବାଞ୍ଜିରୁ ହାୱଡା ସପ୍ତାହକୁ ୪ ଦିନ ଚାଲୁଥିବା ଇସ୍ପାତ ଏକ୍ସପ୍ରେସକୁ ପ୍ରତିଦିନ ଚଳାଇବା,ପ୍ଲାଟଫର୍ମ ନମ୍ବର ୨ରେ ନୂତନ ଟିକଟ କାଉଣ୍ଟର ଖୋଲିବା, କଣ୍ଟାବାଞ୍ଜିରେ ନିର୍ମାଣ ହେଉଥିବା ମାଲବାହୀ ସେଡ଼ର କାର୍ୟ୍ୟ ଅତିଶୀଘ୍ର ସମ୍ପାଦନା କରିବା ପ୍ରମୁଖ ଦାବି କରିଥିଲା ରାଇଟ ଟୁ ଫାଇଟ ସଂଗଠନ । ରେଳ ପ୍ରଶାସନ ଏବଂ ରାଇଟ ଟୁ ଫାଇଟ ସଂଗଠନ ଆଲୋକନ ସମୟରେ ଆଗାମୀ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଦିବ୍ୟାଙ୍କ ପାଇଁ ଲିଫ୍ଟ ସୁବିଧା, କଣ୍ଟାବାଞ୍ଜି ଷ୍ଟେସନର ପ୍ଲାଟଫର୍ମର ସେଡ଼ ସଂପ୍ରସାରଣ , ଜିଆରପି ଅଫିସ ଗୃହ ର ନିର୍ମାଣ କାର୍ୟ୍ୟ ଆରମ୍ଭ, ଇସ୍ପାତ ଏକ୍ସପ୍ରେସକୁ ପ୍ରତିଦିନ କରିବା ପାଇଁ ଜୋନକୁ ପ୍ରସ୍ତାବ, କରୋନା ସମୟରେ ବନ୍ଦ ଥିବା ସମସ୍ତ ଟ୍ରେନକୁ ପୁଣି ଆରମ୍ଭ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଡିଭିଜନ ତରଫରୁ ଅନୁରୋଧ କରାଯାଇଛି। କଣ୍ଟାବାଞ୍ଜିରେ ଦ୍ବିତୀୟ ଫୁଟ ଓଭର ବ୍ରିଜ ପାଇଁ ଡିଭିଜନ କତ୍ତୃପକ୍ଷ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି। ରାଜ୍ୟ ସରକାର ବା ଜିଲା ପ୍ରଶାସନ ସେଥିପାଇଁ ଅନୁଦାନ ଯୋଗାଇଲେ ଏହା ସମ୍ଭବ ହୋଇପାରିବ ବୋଲି କୁହାଯାଇଛି। କଣ୍ଟାବାଞ୍ଜିରେ ଖାଲି ପଡିଥିବା ଜମି ସଦୁପଯୋଗ ପାଇଁ ପୁଣି ମୁଖ୍ୟାଳୟ ପାଇଁ ପତ୍ର ଲେଖିବ ଡିବିଜନ ବୋଲି ଏହି ବୈଠକରେ ଉପସ୍ଥିତ ଥିବା ରେଳ ବିଭାଗର ଡିସିଏମ ଏସ. ହରୋ , ଏ.ଏସ.ସି. ମୁକେଶ କୁମାର, କମରସିଆଲ ଇନ୍ସପେକ୍ଟର ଏସ.ପଣ୍ଡା, କଣ୍ଟାବାଞ୍ଜି ଆରପିଏଫ ଅଧିକାରୀ ଏନ.ଜି. ରମଣ ସହ ଅନ୍ୟ ରେଳ ବିଭାଗର ଅଧିକାରୀ ଉପସ୍ଥିତିରେ ରାଇଟ ଟୁ ଫାଇଟ ସଂଗଠନ ସଭାପତି ପ୍ରଭଜିତ ସିଂ ସାଲୁଜା, ପୂର୍ବତନ ସଭାପତି ଶେଖ ଅନବର ଗୁଡ୍ଡା ଖାଁ, ସମ୍ପାଦକ କମଳଜିତ ସିଂ ମାଖୀଜା, ସଦସ୍ୟ ଆଶିଷ ଖଇତାନ, ରୋହନ ମହତ, ଯୁଗଲ କିଶୋର ଶବର ସହ ଅନ୍ୟ ସଦସ୍ୟ ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ।

kalyan agarbati

Comments are closed.