ଚାଲିଛି ରେଳ ଆଧୁନିକୀକରଣ, ବ୍ୟାହତ ହେବ ଯାତ୍ରିବାହୀ ରେଳ ଚଳାଚଳ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ଅଞ୍ଚଳରେ ବ୍ୟାପକ ନିରାପତ୍ତା ଓ ରେଳ ଆଧୁନିକୀକରଣ ସମ୍ବନ୍ଧୀୟ କାର୍ଯ୍ୟ ଜାରି ରହିଛି। ଏଣୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ କିଛି ଯାତ୍ରୀବାହୀ ରେଳର ଚଳାଚଳ ବ୍ୟାହତ ରହିବ। ରେଳବାଇ ପକ୍ଷରୁ ଜାରି ସୂଚନାନୂଯାୟୀ, ରେଳ ସଂଖ୍ୟା ସମ୍ବଲପୁର – ଟିଟିଲାଗଡ ସେକ୍ସନ ଅର୍ନ୍ତଗତ ଡୁଙ୍ଗୁରିପାଲି ଓ ଖଲିଆପାଲି ଷ୍ଟେସନ ମଧ୍ୟରେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ ହେବ। ଏଥି ପାଇଁ ଶୁକ୍ରବାର ୧୭ ତାରିଖ ରେଳଗାଡି ସଂଖ୍ୟା ୧୨୮୯୩/୧୨୮୯୪ ଭୁବନେଶ୍ୱର – ବଲାଙ୍ଗୀର – ଭୁବନେଶ୍ୱର ଇନ୍ଟରସିଟି ସୁପର ଫାଷ୍ଟ ଏକ୍ସପ୍ରେସ ଭୁବନେଶ୍ୱର ଏବଂ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ। ସମ୍ବଲପୁର ରୁ ବଲାଙ୍ଗୀର ମଧ୍ୟରେ ଏହି ଯାତ୍ରୀବାହୀ ରେଳଗାଡି ଗୋଟିଏ ଦିନ ପାଇଁ ବାତିଲ ରହିବ। ସେହିଭଳି ଶୁକ୍ରବାର ରେଳଗାଡି ସଂଖ୍ୟା ୦୮୨୬୪/୦୮୨୬୩ ବିଲାସପୁର – ଟିଟିଲାଗଡ – ବିଲାସପୁର ସ୍ୱତନ୍ତ୍ର ରେଳଗାଡି ଉଭୟ ପାଶ୍ୱର୍ରୁ ବିଲାସପୁର ରୁ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ରୁ ଟିଟିଲାଗଡ ମଧ୍ୟରେ ଏହି ରେଳଗାଡି ଚଳାଚଳ ଗୋଟିଏ ଦିନ ପାଇଁ ବାତିଲ ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.