ବଦଳିଲେ ସମ୍ବଲପୁର ଜିଲାପାଳ : ଅନନ୍ୟା ଦାସ ନୂଆ ଜିଲାପାଳ
ସମ୍ବଲପୁର: ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ପ୍ରଶାସନିକ ସେବା ସ୍ତରରେ ଏକ ବଡଧରଣର ଅଦଳବଦଳ କରାଯାଇଛି। ଏହି କ୍ରମରେ ସାରା ରାଜ୍ୟରେ ୨୪ ଜଣ ଆଇଏଏସ ଅଧିକାରୀମାନଙ୍କ ବଦଳି କରାଯାଇଥିବା ବେଳେ ସମ୍ବଲପୁର ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ମଧ୍ୟ ବଦଳି କରାଯାଇ ତାଙ୍କ ସ୍ଥାନରେ ଅନନ୍ୟା ଦାସଙ୍କୁ ନୂତନ ଜିଲାପାଳ ରୂପେ ନିଯୁକ୍ତ କରାଯାଇଛି।
ନୂତନ ଜିଲାପାଳ ଭାବେ ଯୋଗ ଦେଉଥିବା ଆଇଏଏସ ଅନନ୍ୟା ଦାସଙ୍କ ସମ୍ମୁଖରେ ସମ୍ବଲପୁର ଜିଲାରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସହିତ ୨୦୧୪ ମସିହାରୁ ଚାଲୁଥିବା ନିର୍ମାଣାଧିନ ଫ୍ଲାଏ ଓଭର, ଜଳ ଯୋଗାଣକୁ ସୁବ୍ୟବସ୍ଥିତ, ସମଲେଇ ଯୋଜନା, ବସ୍ତି ଷ୍ଟ୍ରିମ ଲାଇନ, ପାର୍କିଂ ସମସ୍ୟା, ଜବରଦଖଲ ଉଚ୍ଛେଦ ଆଦି ପ୍ରମୁଖ ଆହ୍ବାନକୁ ସମ୍ମୁଖୀନ ହେବାକୁ ପଡ଼ିବ।
Comments are closed.