ଦ୍ରୌପଦୀ ହୁଡ଼ିରେ ରଜ ମହୋତ୍ସବ: ପାଲା ଓ ଅପେରା ପରିବେଷଣ
ପାଟଣା: ପାଟଣା ଥାନା ଅନ୍ତର୍ଗତ ଟଭାସରୁଆ ଦ୍ରୌପଦୀ ହୁଡ଼ିରେ ତିନିଦିନିଆ ରଜପର୍ବ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଗ୍ରାମଦେବୀ ଙ୍କ ପୀଠରେ ପୂଜକ ଗଜେନ୍ଦ୍ର ଦେହୁରୀ ଓ ହୁଡ଼ିରେ ପୂଜକ ରଘୁ ଦେହୁରୀ ପୂଜା ନୀତି ସମ୍ପନ୍ନ କଲା ପରେ ରଜ ମହୋତ୍ସବ ଆରମ୍ଭ ହୋଇଥିଲା। ଏଠାରେ ମିନାବଜାର ସାଙ୍ଗକୁ ଗାୟକ ଶରତ ବେହେରା ତିନିଦିନ ଧରି ପାଲା ପରିବେଷଣ କରୁଥିବା ବେଳେ ଗଣେଶ ଅପେରା ମଧ୍ୟ ତିନିଦିନ ଧରି ଯାତ୍ରା ପରିବେଷିତ ହୋଇଛି। କମିଟିର ସଭାପତି ଭୀମସେନ ନାୟକ ଓ ସମ୍ପାଦକ ଅଭିମନ୍ୟୁ ନାୟକ ପ୍ରମୁଖ ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ବ୍ରିଟିଶ ଶାଶନ ଅମଳରୁ ଚାଲି ଆସିଥିବା ଏହି ରଜମହୋତ୍ସଵ ପରିଚାଳନା କରିଥିଲେ। ଦ୍ରୌପଦୀ ହୁଡ଼ିରେ ହଜାର ହଜାର ମାନସିକ ଧାରି ପୂଜା ଓ ଭୋଗ ଲାଗି କରିବା ସହ ମିନାବଜାର ମଜା ଉଠାଉଛନ୍ତି।
Comments are closed.