nua o banner

ପୋଲାଭରମ୍‌ ମାମଲାରେ କେନ୍ଦ୍ର ସରକାରଙ୍କ ଯୁକ୍ତି

BSKY banner  750×100
0

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ପୋଲାଭରମ୍ ମାମଲରେ ଶୁଣାଣି କରିଛନ୍ତି । ପ୍ରକଳ୍ପର ଜଳଧାରଣ କ୍ଷମତା ବୃଦ୍ଧି କରାଯାଇଥିବାରୁ ଆଉ ଥରେ ବ୍ୟାକ୍ ୱାଟର୍ ଷ୍ଟଡି କରାଯାଇଛି କି ନାହିଁ ସେ ନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ରିପୋର୍ଟ ମାଗିଥିଲେ। ଆଜି ଶୁଣାଣି ବେଳେ ବ୍ୟାକ୍ ୱାଟର୍ ଷ୍ଟଡି ରିପୋର୍ଟ ଉପରେ କେନ୍ଦ୍ର ସରକାର ମତ ରଖିଥିଲେ । ୨୦୧୧ରେ ଗୋପାଳ କୃଷ୍ଣ କମିଟି ବ୍ୟାକ୍ ୱାଟର ଷ୍ଟଡି  ରିପୋର୍ଟ ଦେଇଥିବାରୁ ଆଉ ଥରେ ଏହା କରାଯିବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ଜଣାଇଥିଲେ। ଏହାପରେ କୋର୍ଟ ଆସନ୍ତା ୧୫ ତାରିଖରେ ଚୂଡ଼ାନ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ।

Leave A Reply