www.samajalive.in
Monday, December 15, 2025
16.1 C
Bhubaneswar

ଭିନ୍ନ ଜଣେ ଧରମା ! ନିଜ ଗ୍ରାମର ଖୁସିପାଇଁ ତିଆରି କଲେ କାଠର ରାମଦୋଳି

ଫୁଲବାଣୀ : ଓଡିଶାର ଏକ ଅନନ୍ୟ ପରମ୍ପରାର ରଜ ପର୍ବ । ଯାହା ସାରା ଓଡିଶାରେ ଦୀର୍ଘ ଦୁଇ ବର୍ଷର କରୋନା ମହାମାରୀ ପରେ ଏ ବର୍ଷ ଧୁମଧାମରେ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି, ଚଳିତ ବର୍ଷ ଗାଁ ଠାରୁ ସହର ପର୍ଯ୍ୟନ୍ତ । ତେବେ ବିଭିନ୍ନ ସ୍ଥାନରେ ବିଭିନ୍ନ ଭାବେ ଏହି ରଜଦୋଳି ତିଆରି ହୋଇଥାଏ। ତେବେ କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତର ଧରଣୀ ପଖାଳ ଗ୍ରାମରେ ଏକ ଭିନ୍ନ କଥା ଦେଖିବାକୁ ମିଳିଛି।

ନିଜ ଗ୍ରାମରେ ଖୁସି ପାଇଁ ନିଜେ ହାତରେଯ ତିଆରି କରିଛନ୍ତି କାଠର ରାମଦୋଳୀ। ନିଜ ବୁଦ୍ଧ ପ୍ରୟୋଗ କରି ଗ୍ରାମବାସୀ ଯେଭଳି ଭାବେ ଆନନ୍ଦ ଉଲ୍ଳାସର ସହିତ ରଜ ପାଳନ କରିପାରିବେ ତାହାକୁ ନେଇ ଏହି ରାମଦୋଳୀ ନିର୍ମାଣ କରିଛନ୍ତି ଭିନ୍ନ ଜଣେ ଧରମା । ଧରଣୀପଖାଳ ଗ୍ରାମର ଆଦିବାସୀ ଯୁବକ ବଶିଷ୍ଠ ମାଝୀ(୨୮)।  ଅଭିନବ ଉପାୟରେ କାଠ ଦ୍ୱାରା ଏକ ରାମଦୋଳି ତିଆରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଜି ଆନୁଷ୍ଠାନି ଭାବେ ଉକ୍ତ ରାମଦୋଳୀକୁ ଟିଟ୍ରାପଙ୍ଗାର ଯୁବ ସରପଂଚ ସଞ୍ଜିବ ଲୋଚନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଭଳି ଢଙ୍ଗରେ ରଜପର୍ବ ମଉଜରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ ବିଶିଷ୍ଠ ମାଝୀ । ଏହି ଖବର ପାଇଁ ଆଜି କନ୍ଧମାଳ କୁଇ ସମାଜ ଯୁବ ପରିଷଦ ପକ୍ଷରୁ ଅଚ୍ୟୁତ ଯନୀ , ଭାବିନ୍ଦ୍ର କହଁର , ଅଗସ୍ତି ମଲିକ ପ୍ରମୁଖ ଗ୍ରାମରେ ପହଞ୍ଚି ବଶିଷ୍ଠଙ୍କୁ କିଛି ଅର୍ଥ ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଯୁବକ ବଶିଷ୍ଠଙ୍କ ଏଭଳି ଅଭିନବ ଉପାୟରେ ତିଆରି ହୋଇଥିବା ଦୋଳୀ ପାଇଁ ଗ୍ରାମର ଗୋକୁଳ ମାଝୀ , ଦୁର୍ଯ୍ୟୋଧନ ମାଝୀ , ଭିମସେନ ମାଝୀ , ହିରାନନ୍ଦ ମାଝୀ , ବିଦୁଙ୍ଗ ମାଝୀ , ଗୋପାଳ ମାଝୀ , କସ୍ତୁରୀ ମାଝୀ , ବବିତା ମାଝୀ , ଝିଲ୍ଳୀ ମାଝୀ , ସହଦେବ ମାଝୀ , ଶୁଶୀଳା ମାଝୀ , ସରୋଜ ମଲିକଙ୍କ ସମେତ ସମସ୍ତ ଗ୍ରାମବାସୀ ସାଧୁବାଦ ଜଣାଇବା ସହିତ ସମସ୍ତ ଗ୍ରାମବାସୀ ଆନନ୍ଦ ଉଲ୍ଳାସର ସହିତ ଦୋଳୀ ଖେଳର ମଜାନେଉଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories