ଜିଲ୍ଲା ବିଜେପି ପକ୍ଷରୁ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ

ବୌଦ୍ଧ: କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପିର ୮ବର୍ଷ ସଫଳ ସରକାରର ପୂର୍ତ୍ତି ଅବସରରେ ଜିଲ୍ଳାସ୍ତରରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ଜିଲ୍ଳା ବିଜେପି ପକ୍ଷରୁ ବୌଦ୍ଧ ମହାନଦୀ ଘାଟରେ ସଫେଇ କାର୍ଯ୍ୟକ୍ରମ କରାଯିବା ସହିତ ମାତଙ୍ଗେଶ୍ୱର ମନ୍ଦିର ପରିସରରେ ମଧ୍ୟ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାବ୍ୟତୀତ ଜିଲ୍ଳା ମୁଖ୍ୟଚିକିତ୍ସାଳୟରେ କର୍ତ୍ତବ୍ୟରତ ସ୍ୱାସ୍ଥ୍ୟକର୍ମୀ ଓ ଟିକାକରଣରେ ସାମିଲ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।

prayash

ଏହି ଅବସରରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧୀକାରୀ ଡା. ଅଭୟ କୁମାର ଦାଶ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କିଶୋର ଚନ୍ଦ୍ର ପଟ୍ଟନାୟକ, ଡା.ଭଞ୍ଜକିଶୋର ରାମଚନ୍ଦ୍ର ହେମ୍ବ୍ରମ, ସ୍ୱାସ୍ଥ୍ୟକର୍ମୀ ଆରତୀ ସେଠୀ ଓ ରଘୁନାଥ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଳା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତାପସ କୁମାର ପଟ୍ଟନାୟକ, ସତ୍ୟାନନ୍ଦ ପାଣ୍ଡେ, ରାଜକୁମାର ମେହେର, ପ୍ରେମାନନ୍ଦ ମିଶ୍ର, ବ୍ୟୋମକେଶ ମହାପାତ୍ର, ନିରଞ୍ଜନ ଦାନୀ, ସୁରେଶ ମହାକୁଡ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

kalyan agarbati

Comments are closed.