www.samajalive.in
Sunday, December 14, 2025
26.1 C
Bhubaneswar

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅଭିବିନ୍ୟାସ କାର୍ଯ୍ୟକ୍ରମ

ବୌଦ୍ଧ: ଜିଲ୍ଲା ଆଇନସେବା ପ୍ରାଧିକରଣର ପ୍ୟାନେଲ ଓକିଲମାନଙ୍କ ପାଇଁ ଜାତୀୟ ଆଇନସେବା ପ୍ରାଧିକରଣ ଯୋଜନା ଅନ୍ତର୍ଗତ ପୂର୍ବ ଗିରଫ, ଗିରଫ ଏବଂ ରିମାଣ୍ଡ ପର୍ଯ୍ୟାଳୟରେ ଲୋକମାନଙ୍କୁ ତ୍ୱରିତ ନ୍ୟାୟ ପାଇବା ନିମନ୍ତେ ପ୍ରବେଶ ଉପରେ ଏକ ଅଭିବିନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଦଣ୍ଡାଦେଶ ଅଧିକାରୀ ହୃଷିକେଶ ଆଚାର୍ଯ୍ୟ ଅଧ୍ୟକ୍ଷତା କରିବା ସହିତ ମୁଖ୍ୟ ପ୍ରଶିକ୍ଷକ ଭାବରେ ପ୍ୟାନେଲ ଓକିଲମାନଙ୍କୁ ଆଇନର ବିଭିନ୍ନ ଦିଗ ଉପରେ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟତମ ପ୍ରଶିକ୍ଷକ ଭାବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରାଧିକରଣର ପ୍ୟାନେଲ ଓକିଲମାନେ ଯୋଗଦେଇ ପ୍ରଶିକ୍ଷଣ ନେବା ସହିତ ଆଇନ ସଂପର୍କରେ ରହିଥିବା ନିଜର ବିଭିନ୍ନ ସନ୍ଦେହ ଦୂର କରିଥିଲେ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories