www.samajalive.in
Monday, December 15, 2025
15.1 C
Bhubaneswar

ମହିଳା ଗୃହରକ୍ଷୀଙ୍କ ଅକାଳ ବିୟୋଗ; ସହାୟତା ପ୍ରଦାନ କଲେ ସଂଘ କର୍ମକର୍ତ୍ତା

ଫୁଲବାଣୀ: ଫୁଲବାଣୀ ଆଦର୍ଶ ଥାନାରେ କାର୍ଯ୍ୟରତ ଥିବା ମହିଳା ଗୃହରକ୍ଷୀ ଅନୁ ବେହେରାଙ୍କ ଅକାଳ ବିୟୋଗ ଘଟିଥିବା ବେଳେ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମାଗାର୍ଡ ସଂଘରର କର୍ମକର୍ତ୍ତା ମାନେ ଆଜି ଉକ୍ତ ଗୃହରକ୍ଷୀଙ୍କ ପରିବାର ପାଖରେ ପହଞ୍ଚି ରାସନ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୋକ ସନ୍ତାନ ପରିବାରକୁ ସମବେତନା ଜଣାଇଛନ୍ତି ।

ଜିଲ୍ଲା ହୋମଗାର୍ଡ ସଂଘର ସଭାପତି ପ୍ରଭାତ କୁମାର ସାହାଣୀ, ଉପସଭାପତି ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ରାୟ, କୋଷାଧ୍ୟକ୍ଷ ଏସ.କେ.ରିହାଜୁଦିନ୍‌ଙ୍କ ସମେତ ରାଉଟଥାନା ହୋମଗାର୍ଡ ସଂଘର ସଭାପତି ରାଜ କୁମାର ବେହେରା, ଉପସଭାପତି ସାଫ୍ରିନ୍‌ ଖାନ, ସହ ସଂପାଦକ ଚିଦାନନ୍ଦ ଦାସ, କୋଷାଧ୍ୟକ୍ଷ ଜୟନ୍ତୀ ଚୌଧୁରୀ, ଉପକୋଷାଧ୍ୟକ୍ଷ ଭଜରାମ ନାୟକ ଓ ସଂଘର କର୍ମକର୍ତ୍ତା ସରୋଜ ଦାସ , ସୁନୀତା ପାତ୍ର , ଶରସ୍ୱତୀ ନାୟକ , ଭାଗ୍ୟଲତା ନାୟକ ଓ  ଅନ୍ୟମାନେ ଏଥିରେ ସାମିଲ୍‌ ହୋଇଥିଲେ ।

- Advertisement -

ସାରା ଜୀବନ ପୁଲିସ ବିଭାଗରେ ଗୃହରକ୍ଷୀ ଭାବେ କାର୍ଯ୍ୟକରିବା ସହିତ ଅନେକ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଷ୍ଠା ଓ ଆନ୍ତରିକତାର ସହିତ କାର୍ଯ୍ୟକରି ଆସୁଥିଲେ ମଧ୍ୟ ସରକାରୀ ସ୍ତରରେ ଗୃହରକ୍ଷୀ ମାନଙ୍କର ଦୁଃଖ ନବୁଝିବା ପରିତାପର ବିଷୟ  ବୋଲି ସଂଘ ପକ୍ଷରୁ କୁହାଯାଇଛି । କୌଣସି ଗୃହରକ୍ଷୀଙ୍କର ବିୟୋଗ ଘଟିଲେ  କିମ୍ବା ଅବସର ଗ୍ରହଣ କରିଲେ ମଧ୍ୟ ତାଙ୍କ ପରିବାରକୁ ସରକାରୀ ସ୍ତରରେ କୌଣସି ପ୍ରକାର ସହାୟତା କିମ୍ବା ସହଯୋଗ କରାଯାଉନାହିଁ । ଏପରିକି ପରିବାରର କୌଣସି ସଦସ୍ୟଙ୍କ ଥଇଥାନ ବ୍ୟବସ୍ଥା ମଧ୍ୟ ନାହିଁ ।

କାର୍ଯ୍ୟରତ ଗୃହରକ୍ଷୀଙ୍କ ଦେହାନ୍ତ ଘଟିଲେ ମଧ୍ୟ ତାଙ୍କ ପରିବାରକୁ କୌଣସି ପ୍ରକାର ସୁବିଧା ଯୋଗାଇ ଦିଆଯାଉନାହିଁ । ଏଥିପ୍ରତି ସରକାରୀ ଦୃଷ୍ଟିଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories