ମଙ୍ଗଳବାର ରାଶିଫଳ (୧୪/୦୯/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Jun 14, 2022 Share ମେଷ : ଧନ ସଂଗ୍ରହ ନିମିତ୍ତ ସମୟ ଓ ଶକ୍ତିର ବିନିଯୋଗ କରିପାରନ୍ତି। ମନୋହର ଦ୍ରବ୍ୟର ଅଭିଳାଷୀ ହେବେ। ମନୋରଞ୍ଜନ ସ୍ଥଳ ପ୍ରତି ଆକର୍ଷିତ ହେବେ। ଧୈର୍ଯ୍ୟଧରି ବିପଦର ମୁକାବିଲା କରିବେ। ବୃଷ : ସେବା ମନୋଭାବର ହୋଇପାରନ୍ତି। ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେଇପାରନ୍ତି। ବ୍ୟବସାୟ ଲାଭଦାୟକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହାୟତା ମିଳିବ। ମିଥୁନ : ଶତ୍ରୁତାର ଅବସାନ ଘଟାଇ ଚତୁରତାର ପରିଚୟ ଦେବେ। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। କିଛିଟା ଅଶୁଭଫଳ ମିଳିପାରେ। କର୍କଟ : କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବେ। ଧାର୍ମିକ ଓ ତେଜସ୍ବୀ ହେବେ। ସିଂହ : ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। କୃଷି କର୍ମ ଲାଭଦାୟକ ହେବ। ଯାନ-ବାହନ ସୁଖ ମିଳିବ। କନ୍ୟା : ସର୍ବଦର୍ଶୀ ହୋଇପାରନ୍ତି। ଈଶ୍ବରୀୟ ଚେତନାରେ ଉଦ୍ବୁଦ୍ଧ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃସ୍ନେହୀ ହେବେ। Related Posts କଟଣୀ ଛଟଣୀକୁ ବିରୋଧ କଲେ ବିଧାୟକ,… Jan 15, 2025 ପରିତ୍ୟକ୍ତ ସୁନା ଖଣିରୁ ୭୮ ମୃତ ଓ ୧୬୦ ଜୀବିତ… Jan 15, 2025 ତୁଳା : ଭାଗ୍ୟଲକ୍ଷ୍ମୀ ବରଦାୟିକା ଅଛନ୍ତି। ପରିବେଶ ପ୍ରିୟ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ବନ୍ଧୁଙ୍କ ସହାୟତା ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଛା : ଖାଦ୍ୟ ପାଟି ସୁଆଦ ପାଇଁ ନୁହେଁ; ସ୍ବାସ୍ଥ୍ୟ ଓ ଶକ୍ତିବର୍ଦ୍ଧକ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସଂଗ୍ରାମୀ ଜୀବନଯାପନ କରିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଧନୁ : ଏକାନ୍ତରେ ମୌନ ରହି ସାଧନାରେ ବ୍ରତୀ ହେଲେ ସିଦ୍ଧିପ୍ରାପ୍ତ ହେବେ। କର୍ମଚଞ୍ଚଳ ରହିବେ। ସାହସୀ ଓ ଜ୍ଞାନୀ ହେବେ। ଚକ୍ଷୁରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି। ମଧୁର କଥାରେ ଶତ୍ରୁ ଦମନ ହେବେ। ମକର : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଜୀବନକୁ ଭୁଲି ଯାଇପାରନ୍ତି; ମାତ୍ର ସଂକଳ୍ପକୁ ନୁହେଁ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ପାପ୍ତିର ସୂଚନା ମିଳୁଛି। କୁମ୍ଭ : ରଚନା ଓ ଲେଖା ପ୍ରାଣସ୍ପର୍ଶୀ ହେବ। ମନମନ୍ଦିରରେ ଥିବା ହଂସକୁ ଆୟତ୍ତ କରି ତଥା ପୋଷା ମନାଇ କର୍ମଯୋଗୀ ହେବେ। ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ଚଲାପଥକୁ ଆଲୋକିତ କରିବେ। ମୀନ : ଭାଗ୍ୟଶାଳୀ ହେବେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ସୁଖସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ବିଦ୍ବାନ୍ ଓ ସାହସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। Share FacebookTwitterWhatsApp
Comments are closed.