ସୋମବାର ରାଶିଫଳ (୧୩/୦୬/୨୦୨୨)

ମେଷ : ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ନିଜ ଜୀବନକୁ ଶୃଙ୍ଖଳିତ ଓ ସମୃଦ୍ଧକରି ଗଢ଼ି ତୋଳିବେ। ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ। ପାପତାପ ଦୂର ହେବ।

ବୃଷ : ଜଣେ ପୁଣ୍ୟକର୍ମା ବ୍ୟକ୍ତି ଭାବେ ଅଜାତଶତ୍ରୁ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ସାଧନାରୁ ଶାଶ୍ବତ ସୁଖର ସନ୍ଧାନ ମିଳିବ। ଋଣ ମୁକ୍ତ ହୋଇ ମାନସିକ ଶାନ୍ତି ଫେରିପାଇବେ।

ମିଥୁନ : ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅର୍ଥର ଅନ୍ତଃସ୍ରୋତ ଅବ୍ୟାହତ ରହିବ। ପ୍ରାଣପ୍ରିୟାଙ୍କ ମନସ୍କାମନା ପୂରଣ କରିବେ।

କର୍କଟ : କାର୍ଯ୍ୟ ଅସାଧ୍ୟ ହୋଇଥିଲେ ବି କଠିନ ଶ୍ରମ ସ୍ବୀକାର କରି ତା’ର ସମ୍ପାଦନ କରିବାରେ ପାରଙ୍ଗମ ହେବେ। ଜଣେ କୃଷି ବିଶାରଦ ଭାବେ ଗ୍ରାମାଞ୍ଚଳ କୃଷକମାନଙ୍କୁ ଦିଗ୍‌ଦର୍ଶନ ଦେବେ। ଭ୍ରାତୃଭକ୍ତି ମିଳିବ।

ସିଂହ : ସର୍ବଦର୍ଶୀ ହୋଇପାରନ୍ତି। କାର୍ଯ୍ୟଧାରାର ପ୍ରତି ପଦକ୍ଷେପ ପ୍ରଶଂସନୀୟ ହେବ। ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

କନ୍ୟା : ଧନଲକ୍ଷ୍ମୀଙ୍କର ଶୁଭାଶିଷ ରହିଛି। କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ପ୍ରତି ଆହ୍ବାନଗୁଡ଼ିକୁ ଉତ୍କର୍ଷର ସୋପାନ ମନେ କରି ଆରୋହଣ କରିବେ। ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି।

prayash

ତୁଳା : ନିଜେ ଖାଇ ଅନ୍ୟକୁ ଖୁଆଇ ଗୃହ ପରିବେଶକୁ ମଧୁମୟ କରିପାରନ୍ତି। ବହୁ ଉପହାର ପ୍ରାପ୍ତିର ସୂଚନା ମିଳୁଛି। ଅତିଥି ସତ୍କାରରେ ନିୟୋଜିତ ହେବେ। ଜୀବନକୁ ଭୁଲିପାରନ୍ତି; ମାତ୍ର ସଂକଳ୍ପକୁ ନୁହେଁ।

ବିଛା : ଈପ୍‌ସିତ ସ୍ବତନ୍ତ୍ର ସୁବିଧା ସୁଯୋଗ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ବାଧାବିଘ୍ନକୁ ଏଡ଼ାଇ ପ୍ରତିଷ୍ଠିତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଧୀର ବୃଦ୍ଧି, ସ୍ଥିର ଚିତ୍ତରେ କାର୍ଯ୍ୟ କରିବେ।

ଧନୁ : ଜ୍ଞାନ ପ୍ରଦୀପ ପ୍ରଜ୍ବଳନ କରି ଜୀବନକୁ ସରସ, ସୁନ୍ଦର କରିପାରନ୍ତି। ଆପଣଙ୍କ ପ୍ରେରଣା, ଗ୍ରହୀତାମାନଙ୍କର ଜୀବନକୁ କର୍ମତତ୍ପର କରିପାରେ। ଭାଷାକୁ ନମନୀୟ ଓ କମନୀୟ କରି ସମସ୍ତଙ୍କ ମନ କିଣିପାରନ୍ତି।

ମକର : ସରକାରୀ କୃପା ଲାଭ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ପାରଙ୍ଗମ ହେବେ। ଦୟାଳୁ ଓ ସମ୍ୟକ୍‌ ତତ୍ତ୍ବଦର୍ଶୀ ହେବେ। ଜ୍ଞାନର ପ୍ରଦୀପ ଜଳାଇ ଚଲାପଥକୁ ଆଲୋକିତ କରିପାରନ୍ତି।

କୁମ୍ଭ : ହିତୋପଦେଶ ରଚନା ଦ୍ବାରା ଜନସାଧାରଣଙ୍କ ପ୍ରିୟପାତ୍ର ହେବେ। ଅନେକ କ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରିବାରେ କୁଣ୍ଠା ପ୍ରକାଶ କରିବେ ନାହିଁ। ବଂଶ ପରମ୍ପରାରେ ଅଜନ୍ମା ଜ୍ଞାନୀ ହୋଇପାରନ୍ତି।

ମୀନ : ଇଷ୍ଟଙ୍କୁ ସୁମରଣା କରି ଉପୁଜିିବା କଷ୍ଟକୁ ଦୂର କରିପାରନ୍ତି। ପ୍ରିୟଭାଷୀ ଓ ଧନ, ଯାନବାହନଯୁକ୍ତ ହୋଇପାରନ୍ତି। ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ମନମନ୍ଦିରରେ ସ୍ଥାନ ଦେଇ ଭବ ଦୁଃଖକୁ ପାରିହୁଅନ୍ତୁ।

kalyan agarbati

Comments are closed.