www.samajalive.in
Saturday, December 13, 2025
14.1 C
Bhubaneswar

୮ ବର୍ଷର ଝିଅ ଆବିଷ୍କାର କଲେ ୧୫ଶହ ବର୍ଷର ପୁରୁଣା ତରବାରୀ

ସ୍ୱିଡେନ୍‍: ଏକ ପୁଷ୍କରିଣୀରେ ଗାଧେଇବା ବେଳେ ଜଣେ ୮ ବର୍ଷର ଝିଅ ହାତରେ ଲାଗିଛି ୧୫ ଶହ ବର୍ଷ ପୁରୁଣା ଏକ ତରବାରୀ। ତେବେ ପୁଷ୍କରିଣୀକୁ ସେହି ଲୌହଯୁଗର ତରବାରୀ କିପରି ଆସିଲା ତାହା ଉପରେ ତଦନ୍ତ ଆରମ୍ଭ ହୋଇଛି।
ଏହାକୁ ଏକ ଚମତ୍କାର ଘଟଣା ଭାବେ ବର୍ଣ୍ଣନା କରି ଜୋନ୍‍କୋପିଙ୍ଗ ମ୍ୟୁଜିୟମ କର୍ତ୍ତୃପକ୍ଷ କହିଛନ୍ତି ଯେ ପ୍ରାୟତଃ କୌଣସି ସଂଗ୍ରହାଳୟରେ ଏଭଳି ତରବାରୀ ରହିବା କଥା। ତେଣୁ ପୁଷ୍କରିଣୀକୁ ଏଭଳି ତରବାରୀ କିଏ ଓ କାହିଁକି ଆଣିଲା ତାହା ଜଣାପଡ଼ିନାହିଁ। ଦେଶ କିମ୍ବା ଦେଶ ବାହାରର କୌଣସି ସଂଗ୍ରହାଳୟରୁ ମଧ୍ୟ ସେଭଳି ତରବାରୀ ଚୋରି ହୋଇଥିବା ସୂଚନା ନାହିଁ। ତେଣୁ ବହୁ ବର୍ଷ ତଳୁ ପୁଷ୍ପରିଣୀରେ ତରବାରୀ ରହିଥିବା ଅନୁମାନ କରାଯାଉଛି।
ପୁଷ୍କରିଣୀକୁ ବାପାଙ୍କ ସହିତ ବାଳିକା ଜଣକ ଗାଧୋଇବାକୁ ଆସିଥିଲେ। ପହଁରିବା ବେଳେ ହଠାତ୍‍ ସେଠାରେ ଏକ ସାମଗ୍ରୀ ପଡ଼ିଥିବା ସେ ଦେଖିଥିଲେ। ତାକୁ ଉଠାଇ ଆଣିବା କିଛି ସମୟ ପରେ ପୁଣି ତାକୁ ପାଣି ଭିତରକୁ ଫୋଫାଡ଼ିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତା’ ଉପରେ ଥିବା ଏକ ଖୋଳକୁ କୌତୁହଳବଶତଃ ଖୋଲିବାରୁ ତାହା ଏକ ତରବାରୀ ବୋଲି ଜଣାପଡ଼ିଥିଲା। ସେଥିରେ କଳଙ୍କି ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ସେ ଏ ବିଷୟରେ ତାଙ୍କ ବାପାଙ୍କୁ ଜଣାଇଥିଲେ। ତା ପରେ ପରିବାର ତରଫରୁ ନିକଟସ୍ଥ ସଂଗ୍ରହାଳୟକୁ ଯୋଗାଯୋଗ କରାଯାଇଥିଲା।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories