www.samajalive.in
Saturday, December 13, 2025
14.1 C
Bhubaneswar

ମୋଦୀ-ପୁତିନ ଆଲୋଚନା :୫ଟି ଏସ-୪୦୦କୁ ନେଇ ଚୁକ୍ତି

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ୍‍ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ଭାରତ- ରୁଷ ମଧ୍ୟରେ ୫ଟି ଏସ-୪୦୦ମିସାଇଲ ଡିଫେନ୍ସ ସିଷ୍ଟମକୁ ନେଇ ଚୁକ୍ତି ହୋଇଛି। ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏ ସମ୍ପର୍କରେ ଖୁବ୍ ଶୀଘ୍ର ସରକାରୀ ଭାବେ ଉଭୟ ରାଷ୍ଟ୍ର ମୁଖ୍ୟ ସାମ୍ବାଦିକଙ୍କୁ ସୂଚନା ଦେବେ। ଏହି ଚୁକ୍ତି ଦ୍ବାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବୃଦ୍ଧି ପାଇବ। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଭୟ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।ଭାରତ-ରୁଷ ମଧ୍ୟରେ ଏହି ଆଲୋଚନା ଉପରେ ସମଗ୍ର ବିଶ୍ୱର ନଜର ରହିଛି।
ଗୁରୁବାର ସନ୍ଧ୍ୟାରେ ଦୁଇଦିନିଆ ଗସ୍ତରେ ପୁତିନ ଭାରତ ଆସିଛନ୍ତି। ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ଏହା ପରେ ପୁତିନଙ୍କୁ ମୋଦୀ ରାତ୍ରଭୋଜନରେ ସାକ୍ଷାତ କରିବା ସହ ଆଲୋଚନା ହୋଇଥିଲା।
ରୁଷ ସହ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଲୋଚନାକୁ ନେଇ ଆମେରିକା ସନ୍ଦେହ ଦୃଷ୍ଟିରେ ଦେଖୁଛି। ପୁତିନଙ୍କ ଭାରତ ଗସ୍ତର ଠିକ୍‍ ପୂର୍ବରୁ ଆମେରିକା ତା’ର ମିତ୍ର ଦେଶଗୁଡ଼ିକୁ ରୁଷ ସହ କୌଣସି ପ୍ରକାର ଯୁଦ୍ଧାସ୍ତ୍ର କିଣାବିକା ନକରିବାକୁ ତାଗିଦ୍‍ କରିଛି। ଏଭଳି କଲେ ଆମେରିକା ସରକାର ଆଗାମୀ ଦିନରେ ପ୍ରତିବନ୍ଧକତାତ୍ମକ ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନାକୁ ନେଇ ମଧ୍ୟ ଆମେରିକା ଚେତାବନୀ ଦେଇଛି। ଅପରପକ୍ଷରେ ଏସ-୪୦୦ମିସାଇଲ ଭାରତର ପ୍ରତିରକ୍ଷାକୁ ନୂଆ ମାଇଲଖୁଣ୍ଟ ପ୍ରଦାନ କରିବ। ୩୭ହଜାର କୋଟି ଅଥବା ତଦୂଦ୍ଧ୍ୱର୍ ଟଙ୍କା ବିନିମୟରେ କିଣା ଯାଉଥିବା ଏହି କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା ସମେତ ଉଭୟ ଦେଶ ମଧ୍ୟରେ ଏମ-୧୭ହେଲିକପ୍ଟର କ୍ରୟ ଉପରେ ମଧ୍ୟ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ପୁତିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories