ଦୁଗ୍ଧ ଜାତୀୟ ଦ୍ରବ୍ୟର ଉତ୍ପାଦନ ଓ ବିକ୍ରୟ ପାଇଁ ଗୁରୁତ୍ୱ
ବ୍ରହ୍ମପୁରା ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘରେ ଶିଳ୍ପ ସଚେତନତା କାର୍ଯ୍ୟକ୍ରମ
ବାଙ୍କୀ: ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ସଶକ୍ତ ଓ ରୋଜଗାରକ୍ଷମ କରାଇ ପରିବାରର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ମିଶନ୍ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ବହୁ ପ୍ରକାଶ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରୀ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବାଙ୍କୀ ବ୍ଲକ ଅଧିନ ବ୍ରହ୍ମପୁରା ପଞ୍ଚାୟତର ୧୦୨ଟି ସ୍ୱଂୟ ସହାୟକ ଗୋଷ୍ଠୀ ଗୋଟିଏ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘରେ ଏକାଠି ହୋଇ ରହିଛନ୍ତି। ସେମାନଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି ଓ ରୂଣ ଏବଂ କର୍ମର ସୁଯୋଗ ଦେବା ପାଇଁ ମହାସଂଘ ଜରିଆରେ ବ୍ରହ୍ମପୁରା ଠାରେ ଏକ ଶିଈଳ୍ପ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ରାଧାରାଣୀ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଟକ ଜିଲ୍ଲା ମୁଖ୍ୟଅତିଥି ଭାବରେ ବ୍ଲକ ଶିଳ୍ପ ଅଧିକାରୀ ସତ୍ୟପ୍ରିୟ ସାହୁ,ସମ୍ମାନିତ ଅତିଥି ସମିତି ସଭ୍ୟା ମିଟିନି ପ୍ରଧାନ,ସମାଜସେବୀ ଗୈାରାଙ୍ଗ ବେହେରା ଏବଂ ଜିଲ୍ଲା ସ୍ତରୀୟ ସମ୍ବଳ ବ୍ୟକ୍ତି(ଡି.ଆର.ପି) ସୂଚିସ୍ମିତା ନାୟକ ପ୍ରମୁଖ ଯୋଗଦେଇ ସ୍ୱଂୟସହାୟକ ଗୋଷ୍ଠୀ ଜରିଆରେ କିଭଳି ଛୋଟ ଛୋଟ ଶିଳ୍ପ ଉଦ୍ୟୋଗ ସୃଷ୍ଟି କରାଯାଇ ମହିଳା ମାନେ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ ହୋଇ ପାରିବେ ସେ ସମ୍ପର୍କରେ ଆଲୋକ ପାତ କରାଯାଇଛି। କଟକ ଜିଲା ଶିଳ୍ପ ସଂସ୍ଥାର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ଗୋଟିଏ ଜିଲା ଗୋଟି ଦ୍ରବ୍ୟ ସମ୍ପର୍କିତ ଜନଜାଗରଣ କରାଯାଇଛି। ବ୍ରହ୍ମପୁରାରେ ଜାତୀୟକରଣ ବ୍ୟାଙ୍କ ନଥିବାରୁ ମହିଳା ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟ ମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଥିବା ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଇବା ନିମନ୍ତେ ଏହି ସଭା ମାଧ୍ୟମରେ ସଭାପତି ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶେଷ କରି ଜିଲା ସମ୍ବଳ ବ୍ୟକ୍ତି ସୁଶ୍ରୀ ନାୟକ ବ୍ରହ୍ମପୁରାରେ କିଭଳି ଭାବରେ ଦୁଗ୍ଧ ଜାତୀୟ ଦ୍ରବ୍ୟର ଉତ୍ପାଦନ ହେବ ଏବଂ ସେ ସବୁ ଦ୍ରବ୍ୟମାନ କିଭଳି ଭାବରେ ବଜାର ଦର ଅନୁସାରେ ଗୋଷ୍ଠୀଗତ ଭାବରେ ସଦସ୍ୟାମାନେ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅନୁରୂପ ଭାବରେ ଏହି ଆଲୋଚନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନାରେ ଦାରିଦ୍ର ଦୂରୀକରଣ ଓ ରୋଜଗାରକ୍ଷମ ବୃଦ୍ଧି ନିମନ୍ତେ ଗୋଷ୍ଠୀ ସଦସ୍ୟା ମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଦିନରେ ପ୍ରର୍ଯ୍ୟାୟକ୍ରମେ ୧୨ ଦିନିଆ ପ୍ରଶିକ୍ଷଣ କରାଯାଇ ମହାସଂଘର ସଦସ୍ୟ ମାନଙ୍କୁ ଅଧିକ ଦକ୍ଷତା ବଢାଇବାର ଯୋଜନା ରହିଥିବା ସମ୍ପର୍କରେ ଶିଳ୍ପ ଅଧିକାରୀ ସୂଚନା ଦେଇଛନ୍ତି। ମହାସଂଘର ସମ୍ପାଦିକ ସତ୍ୟଭାମା ମୁଦୁଲୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ମହାସଂଘର ୧୦୦ ସଦସ୍ୟ ଯୋଗଦାନ କରିଥିବା ଜଣାପଡିଛି।
Comments are closed.