www.samajalive.in
Saturday, December 13, 2025
23.1 C
Bhubaneswar

କେନ୍ଦ୍ରୀକଳା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ବଣାଇ: ଵଣାଇ ବ୍ଲକ୍ ଅନ୍ତର୍ଗତ କେନ୍ଦ୍ରୀକଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ସମୟରେ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ବିଗତ ପାଞ୍ଚ ବର୍ଷ ଧରି ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ସରକାରଙ୍କ ଠାରୁ ଆସିଥିବା ବିଭିନ୍ନ ଅନୁଦାନ ଅର୍ଥକୁ କାର୍ଯ୍ୟରେ ବିନିଯୋଗ କରାନଯାଇ ସମସ୍ତ ଅର୍ଥକୁ ହଡ଼ପ କରିଥିବା, ବିଭିନ୍ନ ସମୟରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ମନରେଗା କାର୍ଯ୍ୟ ଠାରୁ ଆରମ୍ଭ କରି, ବିଜୁ ପକ୍କା ଘର, କଂକ୍ରିଟ ରାସ୍ତା ନିର୍ମାଣ, ପୋଖରୀ ଉନ୍ନତି କରଣ, ନଳକୂପ ଖନନ ଇତ୍ୟାଦି ବିଭିନ୍ନ କାର୍ଯ୍ୟରେ ମିଥ୍ୟା ଭାଉଚର ତିଆରି କରି ଫଲ୍ସ ବିଲ୍ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଜଣାପଡିଛି।

 

- Advertisement -

ଚଢ଼ାଉ ବେଳେ ବିଭାଗୀୟ ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଗତ ପାଞ୍ଚ ବର୍ଷର ସଠିକ ଫାଇଲ୍ ପତ୍ର ଦାଖଲ କରିବାରେ ଅସମର୍ଥ ହୋଇଥିବା ଜଣାପଡିଛି । ଫଳରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ କାର୍ଯ୍ୟର ସମ୍ପୂର୍ଣ୍ଣ କାଗଜ ପତ୍ର ଦାଖଲ କରିବା ନିମନ୍ତେ ତାଗିଦ୍ କରି, ଅନ୍ୟାନ୍ୟ ଫାଇଲ୍ ସହିତ,ବ୍ୟାଙ୍କ ସମ୍ବନ୍ଧିୟ ସମସ୍ତ କାଗଜପତ୍ର ଜବତ କରିଥିଲେ। ଚଢ଼ାଉରେ ରାଉରକେଲା ଭିଜିଲାନ୍ସ ବିଭାଗ ଡିଏସପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଚଢ଼ାଉରେ ସାମିଲ ଥିବା ଜଣାପଡିଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories