ହରଭଙ୍ଗାରେ ୩୧ ଅଭିଯୋଗର ଶୁଣାଣି କଲେ ଜିଲାପାଳ, ସମାଧାନ ପାଇଁ ନିର୍ଦେଶ
ହରଭଙ୍ଗା: ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ବୌଦ୍ଧ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ସ୍ଥାନରୁ ୮୪ଟି ଅଭିଯୋଗ ମଧ୍ୟରୁ ୭୭ଟି ବ୍ୟକ୍ତିଗତ, ୦୭ଟି ସାମୁହିକ, ୦୯ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ସମ୍ପର୍କିତ ଅଭିଯୋଗ ପହଞ୍ଚିଥିଲା। ସେଥିରୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ୩୧ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ବୌଦ୍ଧ ଏସପି ଜ୍ଞାନରଞ୍ଜନ ମହାନ୍ତି,ବୌଦ୍ଧ ପି.ଡି ଅଶ୍ୱିନୀ ମେହେର,ବୌଦ୍ଧ ଉପଜିଲ୍ଲାପାଳ ସନତ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.