www.samajalive.in
Monday, December 15, 2025
15.1 C
Bhubaneswar

କୁଇସମାଜ ଯୁବପରିଷଦ କନ୍ଧମାଳ ଏବଂ କୁଇ ସମାଜ ସେବାସମିତି ପକ୍ଷରୁ ବୃକ୍ଷ ରୋପଣ

ଫୁଲବାଣୀ: ରବିବାର ଦିନ କୁଇ ସମାଜ ସେବା ସମିତି ବେଗ୍ରିଂକିଆ ଶାଖାର ବାଳିସୁଗ୍ରୀ ଗ୍ରାମରେ ଏକ ବୈଠକ ଶାଖା ସଭାପତି ରମାକାନ୍ତ ମଳିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କେନ୍ଦ୍ର କର୍ମକର୍ତ୍ତା କୋଷାଧ୍ୟକ୍ଷ ଭାବିନ୍ଦ୍ର କହଁର, ନାରୀ ଉପସଭାପତି ସାଇବେଣୀ କହଁର, ନାରୀ ସମ୍ପାଦିକା ଗୀତାଜଂଳି କହଁର, ଉପଦେଷ୍ଟା ପିତାମ୍ବର ମଲିକ, ବିରେନ୍ଦ୍ର କହଁର, କୁଇ ସମାଜ ଯୁବପରିଷଦ ଅଚ୍ୟୁତ ଯାନୀ, ଶାଖା ଉପସଭାପତି ଶରତ କୁମାର କହଁର, ସମ୍ପାଦକ ବସନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ବିଶ୍ଵ ବିହାରୀ ଯାନୀ, ଶାଖା ଯୁବ ପରିଷଦ ସଭାପତି ସନତ କୁମାର ପ୍ରଧାନ, ସହସମ୍ପାଦକ ରବିନ୍ଦ୍ର କହଁର ଏବଂ ଶାଖାର ପ୍ରତ୍ୟେକ ଗ୍ରାମର ସଭ୍ୟସଭ୍ୟା ଉପସ୍ଥିତ ଥିଲେ।

ଏଥିରେ ଆମର କୁଇ ସମାଜର କୁଇ ପରିବାର କୁଇ ସମାଜ ରୀତିନୀତି ଅନୁସାରେ ପରିଚାଳିତ ହେବାପାଇଁ ସଚେତନ କରାଯାଇଥିଲା ତାପରେ ବେଗ୍ରିଂକିଆ ଶାଖା କାର୍ଯ୍ୟାଳୟ ନିର୍ମାଣ, ଶାଖାର ସଂଗଠନ ସୁଦୃଢ ତଦ୍ ସହିତ ଜୁନ ୫ ତାରିଖ ପରିବେଶ ସୁରକ୍ଷା ଦିବସ ରୂପେ ପାଳନ କରାଯାଉଥିବାରୁ ପରିବେଶ ସୁରକ୍ଷା ନିମନ୍ତେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ଏବଂ କୁଇ ସମାଜ ସେବା ସମିତି ଫୁଲବାଣୀ ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories