ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ନେସ୍କୋକୁ ପ୍ରକୃତିମିତ୍ର ପୁରସ୍କାର
ବାଙ୍କୀ: ବାଙ୍କୀ-ଡମପଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେସ୍କୋକୁ ବିଶ୍ୱ ପରିବେଶ ଦିବସ ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୨୦୨୨ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ବଳରାମ ପାଇକରାୟ ଯୋଗଦାନ କରି ମୁଖ୍ୟଅତିଥିଙ୍କ ଠାରୁ ପ୍ରମାଣପତ୍ର ସହ ୨୦ହଜାର ଟଙ୍କାର(ଚେକ୍) ଆର୍ଥିକ ପୁରସ୍କାର ଗ୍ରହଣ କରିଛନ୍ତି। ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ମୁଖ୍ୟଶାସନ ସଚିବ ଜଙ୍ଗଲ,ପରିବେଶ ଓ ଜାଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ର ଅଧ୍ୟକ୍ଷା ଡ. ମୋନା ଶର୍ମା, ସମ୍ମାନିତ ଅତିଥି ଭାବରେ ସେଣ୍ଟର ଫର ଏନଭରମେଣ୍ଟ ଷ୍ଟଡିର ନିର୍ଦ୍ଦେଶକ ରାଜୀବ କୁମାର, ସୁଶାନ୍ତ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.