ପ୍ରକୃତିର ସୁରକ୍ଷା ଓ ଯତ୍ନ ପାଇଁ ସମସ୍ତଙ୍କୁ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ଆହ୍ବାନ

ବାଙ୍କୀ: ରବିବାର ସ୍ଥାନୀୟ ଡମପଡା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ ମହାବିଦ୍ୟାଳୟ ପରିସରରେ ଚାରା ରୋପଣ କରିଛନ୍ତି। ଏହି ଅବସରରେ ପରିସରରେ ବିଶ୍ୱ ପରିବେଶ ଦିବସ ପାଳନର ଅନୁଚିନ୍ତା ସମ୍ପର୍କରେ ଏକ ଜାଗରଣ ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତରଞ୍ଜନ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପିକା ସ୍ମୃତିସଂନ୍ଧ୍ୟା ଦାଶ, ବିଷ୍ଣୁପ୍ରିୟା ରାଉତ, ଜ୍ୟୋତି ପ୍ରକାଶ ପାଣିନି, ତାପସ କୁମାର ମହାନ୍ତି, ମହେଶ ରାଉତ ପ୍ରମୁଖ ବିଶ୍ୱ ପରିବେଶ ଦିବସ ପାଳନ ଏବଂ ପ୍ରକୃତିର ସୁରକ୍ଷା ଓ ଯତ୍ନ ପାଇଁ ସମସ୍ତଙ୍କୁ ମାନସିକ ଭାବେ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଥିଲେ। ମାନସିକ ସ୍ତରରେ ଦୃଢତା ବୃଦ୍ଧି ପାଇଲେ ଜୀବଜଗତ ଧ୍ୱଂସ ମୁଖରୁ ବଞ୍ଚି ପାରିବ ବୋଲି ବକ୍ତବ୍ୟ ରଖିଥିଲେ। କର୍ମଚାରୀ ନରେଶ କୁମାର ମହାନ୍ତି, ସତ୍ୟପ୍ରକାଶ ଖଟୁଆ, ତ୍ରୈଲୋକ୍ୟନାଥ ସାହୁ, ସୁକାନ୍ତି ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

kalyan agarbati

Comments are closed.