ପିଚୁ ବାହାରି ଖାଲ ଢିପରେ ଭର୍ତ୍ତି ହୋଇଛି ରାସ୍ତା, ମରାମତି ପାଇଁ ଦାବି

ନବରଙ୍ଗପୁର :ନନ୍ଦାହାଣ୍ଡି ବ୍ଲକ ଓ ତହସିଲ ରହି ଥିଲେ ମଧ୍ୟ ଏହାର ସଦର ମହକୁମା ଡଙ୍ଗରଭେଜାରେ ରହିଛି। ପ୍ରକୃତ ନନ୍ଦାହାଣ୍ଡିରେ କେବଳ ଗ୍ରାମପଞ୍ଚାୟତ ରିହିଛି। ତେବେ ଏହି ନନ୍ଦାହାଣ୍ଡି ଗ୍ରାମ ଯିବାକୁ ହେଲେ ରାସ୍ତାର ଅବସ୍ଥା ଅତି ଦୟନୀୟ ରହିଅଛି । ଏହି ରାସ୍ତାର ପିଚୁ ବାହାରି ପଡି ଖାଲ ଢ଼ିପରେ ଭରି ଯାଇ ବିପଦ ସଂକୁଳ ହୋଇଛି ।ତାହା ଏଭଳି କଦର୍ୟ୍ୟ ହୋଇଛି ଯେ, ସେହି ରାସ୍ତାରେ ଗର୍ଭବତୀ ମହିଳା ନେଇ ଯିବାକୁ ଆମ୍ବୁଲାନ୍ସ ମଧ୍ୟ ଅସୁରକ୍ଷିତ ରହୁଛି। ଏହି ରାସ୍ତା କେବେ ନିର୍ମାଣ ହୋଇଛି ଏବଂ କେଉଁ ବିଭାଗ ଏହାକୁ ନିର୍ମାଣ କରିଥିଲେ ତାହାର ସୂଚନା କାହାରି ପାଖରେ ନାହିଁ। ଏଠାରେ ସରକାରୀ ବିଭାଗ ଜଣେ ଆଉ ଜଣକୁ ଦୋଷ ଲଦି ଖସିବାକୁ ବାଟ ଖୋଜୁଛି। ବାରମ୍ବାର ଦାବି ସତ୍ତ୍ୱେ ଏହି ରାସ୍ତାର ନିର୍ମାଣ ଓ ମରାମତି ହୋଇପାରିନାହିଁ। ଏହି ଗ୍ରାମ ବ୍ଲକ ସଦର ମହକୁମା ଭାବେ ସର୍ବତ୍ର ପରିଚିତ ହୋଇଥିବାବେଳେ ପ୍ରକୃତରେ ଏହି ଗାଁ ସବୁକ୍ଷେତ୍ରରେ ଅବହେଳିତ ରହିଛି। ତେବେ ଏହି ଅଙ୍କା ବଙ୍କ। ଓ ଖାଲଢ଼ିପ ରାସ୍ତାର ତୁରନ୍ତ ମରାମତି ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରିଛନ୍ତି।

kalyan agarbati

Comments are closed.