ପାଟଣା: ଗ୍ରାମାଞ୍ଚଳରେ ବେକାର ମହିଳା ମାନଙ୍କୁ ସ୍ଵାବଲମ୍ବନ କରିବା ଉଦ୍ଦେଶ୍ୟରେ ଜିଲା ଶିଳ୍ପ କେନ୍ଦ୍ର ତରଫରୁ ସାହାରପଡ଼ା ବ୍ଲକ ଅନ୍ତର୍ଗତ ମଲାରପଦା ପଞ୍ଚାୟତର ବେଗେନାପଶିଠାରେ ଏକ ଚାନ୍ଦୁଆ ତାଲିମ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହି ଚାନ୍ଦୁଆ ତାଲିମ କେନ୍ଦ୍ରକୁ ଜିଲା ଶିଳ୍ପ କେନ୍ଦ୍ରର ଏଡିଏଚ ବନମାଳୀ ତପୋ ଏବଂ ସଦର ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ସୁଧାଂଶୁ ମୋହନ ବିଶ୍ଵାଳ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଚାନ୍ଦୁଆ ହସ୍ତଶିଳ୍ପ ଶିକ୍ଷୟତ୍ରୀ ଆରତୀ ମହାକୁଡ଼ଙ୍କ ସଂଯୋଜନାରେ ଆୟୋଜିତ ଏହି ଚାନ୍ଦୁଆ ତାଲିମ କେନ୍ଦ୍ରରେ ୧୫ ଜଣ ମହିଳା ଚାନ୍ଦୁଆ ତାଲିମ ୬ମାସ ଯାଏ ନେବେ ବୋଲି ଜଣାପଡିଛି। ଜିଲା ଶିଳ୍ପ କେନ୍ଦ୍ର ତରଫରୁ ଚାନ୍ଦୁଆ ତାଲିମ ଶିକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ କଞ୍ଚାମାଲ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି।
Popular Categories



