www.samajalive.in
Friday, December 5, 2025
17.1 C
Bhubaneswar

ମେସିନ କରୁଛି ‘ମୋ ପୋଖରୀ’ କାମ – ହାତବାନ୍ଧି ବସିଛନ୍ତି ଜବକାର୍ଡ ଧାରୀ ଶ୍ରମିକ

ଝୁମ୍ପୁରା, : ପ୍ରତି ଗ୍ରାମରେ ରହିଥିବା ଗରିବ ଶ୍ରେଣୀର ଜବକାର୍ଡ ଧାରୀ ଶ୍ରମିକ ମାନଙ୍କୁ ସରକାର ମନରେଗା ଯୋଜନାରୁ ୧୦୦ ଦିନର କାମ ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି । ପ୍ରତି ଗ୍ରାମରେ ରହିଥିବା ଜବ କାର୍ଡଧାରୀ ଶ୍ରମିକ ମାନଙ୍କୁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜଳବିଭାଜିକ, ଆଇଟିଡିଏ ଯୋଜନାରୁ ଆରମ୍ଭ ହେଉଥିବା ମନରେଗା ଯୋଜନାର ପ୍ରକଳ୍ପରେ ଗୁଡିକରେ ଜବକାର୍ଡ ଧାରୀ ଶ୍ରମିକ ମାନଙ୍କ ଜରିଆରେ କାମ କରିବାର ବ୍ୟବସ୍ଥା କରିଛନ୍ତି ସତ କିନ୍ତୁ ଝୁମ୍ପୁରା ବ୍ଲକରେ ଜବକାର୍ଡ ଶ୍ରମିକ ମାନଙ୍କୁ କାମରେ ନଲଗାଇ ତାଙ୍କ ବଦଳରେ ମେସିନ ସାହାର୍ଯ୍ୟରେ ମୋ ପୋଖରୀ ଯୋଜନାରୁ କାମ ହେଉଥିବା ଦେଖିବାକୁ ମିଳିଛି ।

ଜବକାର୍ଡଧାରୀ ଶ୍ରମିକ ମାନଙ୍କ କାର୍ଡକୁ କେବଳ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ଦର୍ଶାଉଛନ୍ତି କିନ୍ତୁ ମୋ ପୋଖରୀ ଯୋଜନାରେ ଶ୍ରମିକ କାମ କରିବା ପରିବର୍ତ୍ତେ ମେସିନ ସାହାର୍ଯ୍ୟରେ କରୁଥିବାରୁ ଜବକାର୍ଡଧାରୀ ଶ୍ରମିକ ମାନେ କାମ ନପାଇ ହାତବନ୍ଧି ବସିଥିବା ଦେଖିବାକୁ ମିଳିଛି । ଝୁମ୍ପୁରା ବ୍ଲକର ୨୨ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଳ ବିଭାଜିକା ଯୋଜନାରୁ ବର୍ତ୍ତମାନ ‘ମୋ ପୋଖରୀ’ ଯୋଜନାରୁ କାମ ଚାଲିଛି । ମୋ ପୋଖରୀ ଯୋଜନାର କାର୍ଯ୍ୟଦେଶ ହିତାଧିକାରୀ ମାନଙ୍କ ନାମରେ ରହୁଛି । ପ୍ରତି ମୋ ପୋଖରୀ ପାଇଁ ସରକାର ମନରେଗା ଯୋଜନାରୁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ହିତାଧିକାରୀ ମାନେ ଏହି ୧ ଲକ୍ଷ ୩୦ ହଜାର ଟଙ୍କାର ଅନୁଦାନରେ ହିତାଧିକାରୀ ମାନେ ଜବକାର୍ଡଧାରୀ ଶ୍ରମିକ ମାନଙ୍କ ଦ୍ୱାରା ପୋଖରୀ କାମ କରିବା ପାଇଁ ନିୟମ ରହିଛି । କିନ୍ତୁ ଜଳବିଭାଜିକା ଯୋଜନାର ଅଧିକାରୀ ମାନେ ଜବକାର୍ଡଧାରୀ ଶ୍ରମିକ ମାନଙ୍କୁ କାମ ନଦେଇ ମେସିନ ସାହାର୍ଯ୍ୟରେ କାମ କରୁଛନ୍ତି ।

- Advertisement -

ମୋ ପୋଖରୀ କାମକୁ ଶ୍ରମିକମାନଙ୍କୁ କାମରେ ଅଧିକାରୀ ମାନେ ନିୟୋଜିତ ନକରି ମେସିନ ଲଗାଇ ପୋଖରୀ ଖୋଳି ଚାଲିଛନ୍ତି । ପୋଖରୀ ଖନନ ସମୟରେ ବିଭାଗୀୟ ଅଧିକାରୀ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଇବା କଥା କିନ୍ତୁ ଏହି କାମରେ ସୂଚନା ଫଳକ ନିର୍ମାଣ ମଧ୍ୟ କରୁନାହାନ୍ତି । ଦାୟିତ୍ୱରେ ରହିଥିବା ଅଧିକାରୀ ମାନଙ୍କୁ କୋର୍ଡ ଖୋଲିବା ଏବଂ ଜିପିଆରଏସ୍‍ କରିବା ନାମରେ ହିତାଧିକାରୀଙ୍କ ଠାରୁ ୧୦ରୁ ୧୫ ହଜାର ଟଙ୍କା ଦାବି କରୁଛନ୍ତି ବୋଲି ମୋ ପୋଖରୀ ଖନନ କରୁଥିବା ହିତାଧିକାରୀ ମାନେ ତାଙ୍କ ନାମକୁ ଗୋପନ ରଖି ସୂଚନା ପ୍ରଦାନ କରିଛନ୍ତି । ମନରେଗା ଯୋଜନାର କାମରେ ମେସିନ ଲାଗିପାରିବ ନାହିଁ ବୋଲି ସରକାର ସଂପୂର୍ଣ୍ଣ ଭାବରେ ବାରଣ କରିଥିବା ବେଳେ ଜଳ ବିଭାଜିକା ବିଭାଗୀ କର୍ମଚାରୀ ମାନେ କାହିଁକି ମେସିନ ଲଗାଇ ପୋଖରୀ ଖନନ କରୁଛନ୍ତି ବୋଲି ଏଠାରେ ପ୍ରଶ୍ନ ଉଠୁଛି ।

ବ୍ଲକର ଚଉଠିଆ, ଖୁଣ୍ଟାପଡା, ବଡଡୁମୁରିଆ,ଅସନପାଟ, ଗୁଣ୍ଡୁଣିଆଁ, ଧନୁର୍ଜୟପୁର, ବାରିଆ, ଉଖୁଣ୍ଡା, ଟୁକୁଡିହା, ବଡନେଉଳି ,ବାଲିବନ୍ଧ, ନହବେଡା ଆଦି ପଞ୍ଚାୟତରେ ହେଉଥିବା ମୋ ପୋଖରୀ କାମ ମେସିନ ସାହର୍ଯ୍ୟରେ ଚାଲିଥିବା ଦେଖିବାକୁ ମିଳିଛି । ଝୁମ୍ପୁରା ସହକାରୀ ଜଳ ବିଭାଜିକା ଅଧିକାରିଣୀ ସୌଭାଗିନୀ ବେହେରାଙ୍କ ସହିତ ଯୋଗା ଯୋଗ କରିବାରୁ ସେ କହନ୍ତି ମୋ ପାଖରେ ସମୟ ନାହିଁ ଅଫିସରେ ବସିଥାନ୍ତୁ ସମୟ ପାଇଲେ ସେ ସମ୍ପର୍କରେ ଆଲୋଚନା କରିବା ବୋଲି ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି । ଜଳବିଭାଜିକା ଯୋଜନାରୁ ହୋଇଥିବା ପୋଖରୀ ଗୁଡିକର ହୋଇଥିବା ଅନିୟମିତତା ଉପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ ଭାବରେ ତଦନ୍ତ କରିବା ସହିତ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣରେ ମତପ୍ରକାଶ ପାଉଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories