www.samajalive.in
Friday, December 5, 2025
17.1 C
Bhubaneswar

ବଡ଼ମ୍ବା ବନାଞ୍ଚଳ ନିକଟରୁ ପୁଣି ଗଜରାଜଙ୍କ ଗଳିତ ଶବ ଜବତ

ବଡ଼ମ୍ବା : ବଡ଼ମ୍ବା ବନାଞ୍ଚଳରେ ଗୋଟିଏ ପରେ ଗୋଟିଏ ହାତୀ ଅପମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚିତ ହେଉଛି । ବିଭାଗୀୟ ସ୍ୱତନ୍ତ୍ର ଏସଟିଏଫ୍ ସ୍କ୍ୱାଡ ହାତରେ ଲାଗିଥିବା ସୂଚନା ଅନୁଯାଇ ଲଗାତର ଦ୍ୱିତୀୟ ଦିନରେ ଏହି ବନାଞ୍ଚଳରେ ତଦନ୍ତ ଜାରି ରହିଛି । ବଡ଼ମ୍ବା ଥାନା ଅନ୍ତର୍ଗତ ଜଙ୍ଗଲପାଖ ମହତାବନ୍ଧ ଗ୍ରାମ ନିକଟସ୍ଥ ଏକ ଘରୋଇ ଜମିରେ ପୋତା ଯାଇଥିବା ଗଜରାଜଙ୍କ ଆଉ ଏକ ଗଳିତ ହାତୀର ଅଙ୍ଗପ୍ରତ୍ୟଙ୍ଗକୁ ଶୁକ୍ରବାର ଜବତ କରାଯାଇଛି । ପ୍ରକାଶଥାଉକି ଗୁରୁବାର ଏହି ଯାଗାର ନିକଟସ୍ଥ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲ ସନ୍ନିକଟରୁ ଏକ ଦନ୍ତାହାତୀର ଗଳିତ ଶବ ଜବତ କରାଯାଇଥିବା ବେଳେ ଶୁକ୍ରବାର ପୁଣି ଆଉ ଏକ ହାତୀର ଗଳିତ ଶବ ଜବତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ତେବେ ଶୁକ୍ରବାର ଜବତ ହୋଇଥିବା ଗଳିତ ଶବଟି ଆନୁମାନିକ ଏକ ୮-୯ବର୍ଷର ମାଈ ହାତୀର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏଠାରେ ପ୍ରଶ୍ନ ଉଠୁଛି ଏହି ମାଈ ହାତୀଟିକୁ ହତ୍ୟା କରାଯାଇ ଦୁର୍ବୁତ୍ତମାନେ ପୋତି ଦେଇଛନ୍ତି ନାଁ ହାତୀଟିର ଅସ୍ୱଭାବିକ ମୃତ୍ୟୁକୁ ଲୁଚାଇବା ଦେବାକୁ ଚେଷ୍ଟା କରାଯାଇଛି । ସେହିଭଳି ଜନୈକ ବ୍ୟକ୍ତିଙ୍କ ଘରୋଇ ଜମିରୁ ଏହି ହାତୀଟିର ଶବ ଜବତ କରାଯାଇଥିବା ବେଳେ ଏଭଳି ସମ୍ବେଦନଶୀଳ ଘଟଣାରେ ସଂପୃକ୍ତ ଜମି ମାଲିକ ହୁଅନ୍ତୁ ଅବା ବନ ବିଭାଗର କର୍ତ୍ତୃପକ୍ଷ ଏ ସମ୍ପର୍କରେ ଦୀର୍ଘଦିନ ଧରି ଅଜ୍ଞ ରହିବାର ରହସ୍ୟ କ’ଣ ! ଏମିତି ଅନେକ ଅସମାହିତ ପ୍ରଶ୍ନ ଏହି ଘଟଣାରେ ଛନ୍ଦି ହୋଇଥିବା ନେଇ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ବ୍ୟବଛେଦ କରିଥିବା ପ୍ରାଣୀ ଚିକିତ୍ସକଙ୍କ ସୂଚନା ଅନୁଯାଇ ଘଟଣାଟି ପ୍ରାୟ ୭୦ରୁ ୮୦ ଦିନ ତଳର ହେବ ବୋଲି ଅନୁମାନ କରାଯାଇଛି । ଏହି ଜବତ ଏବଂ ତଦନ୍ତ ସମୟରେ ବିଭାଗୀୟ ଆରସିସିଏଫ୍ ଏମ.ଯୋଗ ଦୟାନନ୍ଦ, ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ଏସିଏଫ୍ ଘନଶ୍ୟାମ ମୁଦୁଲିଙ୍କ ସମେତ ଏସଟିଏଫ୍ ଅଧିକାରୀ ଓ ବିଭାଗୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ବଡ଼ମ୍ବାର ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡାକ୍ତର ମଧୁସୂଦନ ଦାସଙ୍କ ସହିତ ସହକାରୀ ପ୍ରାଣୀଚକିତ୍ସକ ଡାକ୍ତର ନିହାର ରଞ୍ଜନ ଦାଶ ଏବଂ ଡାକ୍ତର ସଞ୍ଜୟ କୁମାର ମହାପାତ୍ର ମୃତ ହାତୀଟିର ଶବ ବ୍ୟବଛେଦ କରିଥିଲେ । ଏହି ଉଭୟ ଘଟଣାରେ ଅଧିକରୁ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହାର ପୂର୍ଣ୍ଣାଙ୍ଗ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଘଟଣାରେ ଅବହେଳା ପ୍ରଦର୍ଶନ କରିଥିବା ଯେ କେହିବି କର୍ମଚାରୀ ହୁଅନ୍ତୁ କି ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories