www.samajalive.in
Saturday, December 6, 2025
14.1 C
Bhubaneswar

ଆହତ ମୟୂର ବନବିଭାଗକୁ ହସ୍ତାନ୍ତର

ପାତ୍ରପୁର : ସାମନ୍ତିଆପଲ୍ଲୀ ବନାଞ୍ଚଳ ଗୁଣ୍ଡୁରା ପଞ୍ଚାୟତ ସୁନାଖଳା ଗ୍ରାମ ନିକଟରେ ଥିବା ରାମେଶ୍ୱର ପାହାଡରେ ବହୁ ମୟୂର ରହୁଛନ୍ତି । ଶୁକ୍ରବାର ହଠାତ୍ ଏକ ମୟୂର କୌଣସି କାରଣବଶତଃ ବାମ ଗୋଡ଼ରେ ଆଘାତ ଲାଗି ଗୁରୁତର ଭାବେ ରାସ୍ତା କଡ଼ରେ ପଡ଼ି ରହିଥିଲା। ଏହି ସମୟରେ ସେହି  ରାସ୍ତା ଦେଇ ଯାଉଥିବା ଆମ୍ବପୁର ଗ୍ରାମର ଜଣେ ଯୁବକ ଏହାକୁ ଦେଖି ସୁନାଖଳା ଗ୍ରାମର ସାଙ୍ଗ ମାନଙ୍କୁ ଜଣାଇଥିଲେ। ଘଟଣା ସ୍ଥଳରେ ସୁନାଖଳା ଗ୍ରାମର କିଛି ଯୁବକ ପହଞ୍ଚି ମୟୂରର କ୍ଷତ ସ୍ଥାନରେ ପ୍ରାଥମିକ ଚିକିତ୍ସା କରିଥିଲେ କିନ୍ତୁ ମୟୂର ଉଡ଼ିପାରୁ ନଥିଲା। ପରେ ଯୁବକମାନେ ଏ ସମ୍ପର୍କରେ ସାମନ୍ତିଆପଲ୍ଲୀ ବନବିଭାଗକୁ ଜଣାଇ ଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ମମୟୂରକୁ ଉଦ୍ଧାର କରି ଚିକିତ୍ସା ପାଇଁ କାର୍ଯ୍ୟାଳୟ ନେଇଥିବା ବେଳେ ସୁସ୍ଥ ହେଲେ ପୁଣି ଏହି ପାହାଡରେ ଛଡ଼ା ଯିବ ବୋଲି କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories