www.samajalive.in
Sunday, December 14, 2025
26.1 C
Bhubaneswar

ଉତ୍ସବ ମୁଖର ସମ୍ବଲପୁର- ବଂ ବରାଡ ବାଲୁଙ୍କେଶ୍ୱର ଓ ପାର୍ବତୀଙ୍କର ବିବାହ ପାଇଁ ଶ୍ରୀ ସାକ୍ଷୀଗୋପିନାଥ ଙ୍କ ଆଗମନ   

ସମ୍ବଲପୁର  – ସମ୍ବଲପୁରର ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟୀ ବଂ ବରାଡ ବାଲୁଙ୍କେଶ୍ୱର ଓ ଜଗତଜନନୀ ମାତା ପାର୍ବତୀଙ୍କର ବିବାହ ପାଇଁ ରିତିନିତି ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡିକ ଜୋରସୋରରେ ଚାଲିଛି । ପରମ୍ପରା ଅନୁଯାୟୀ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟରେ ଭଗବାନ ବିଷ୍ଣୁ ପ୍ରମୁଖ ଭୂମିକା ନିର୍ବାହ କରିବା ସହିତ ବିବାହର ସାକ୍ଷୀ ମଧ୍ୟ ରହିଥିଲେ । ଏଣୁ ସମ୍ପୁର୍ଣ୍ଣ  ଲୋକାଚାର ନିତିରେ ଆୟୋଜିତ ହେଉଥିବା

ଏହି ଦେବ ବିବାହରେ ସାକ୍ଷୀ ରହିବା ପାଇଁ ସାକ୍ଷୀପଡା ସ୍ଥିତ ଭଗବାନ ବିଷ୍ଣୁଙ୍କର ଅନ୍ୟତମ ଅବତାର ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଙ୍କର ଆଗମନ ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରକୁ ଶୁକ୍ରବାର ସନ୍ଧ୍ୟାରେ ହୋଇଯାଇଛି । ଅପରାହ୍ନରେ ପ୍ରାୟ ୫ଟାରେ ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ଓ ଦେବ ବିବାହର ପୂଜକ ଶଶାଙ୍କ ଶେଖର ମିଶ୍ର ଶଙ୍ଖ, ଘଣ୍ଟ, ଦୁଲଦୁଲି ବଜାରର ଆସରରେ ନନ୍ଦପଡା ସ୍ଥିତ ବାବା ବାଲୁଙ୍କେଶ୍ୱର ଙ୍କ ମନ୍ଦିରରୁ ସାକ୍ଷୀପଡା ଅଭିମୁଖେ ଯାଇଥିଲେ । ଶୀ ଶ୍ରୀ ସାକ୍ଷୀଗୋପିନାଥ ମହାପ୍ରଭୁ ଙ୍କୁ ଦେବ ବିବାହ ନିମନ୍ତେ ସାକ୍ଷୀ ହେବା ପାଇଁ ପୂଜାର୍ଚ୍ଚନା କରି ନିମନ୍ତ୍ରଣ କରିଥିଲେ । ବିଧିପୂର୍ବକ ପୂଜା ଓ ଆଳତୀ ପରେ ଅଞ୍ଚଳର ମହିଳା ମାନେ ହୁଳହୁଳି ଦେଇ ଶ୍ରୀ ସାକ୍ଷୀଗୋପିନାଥ ଙ୍କୁ ବିଦା କରିଥିଲେ । ଶ୍ରୀ ସାକ୍ଷୀଗୋପିନାଥ ସାକ୍ଷୀପଡାରୁ ନନ୍ଦପଡାକୁ ଆସିବା ସମୟରେ ଅନେକ ସ୍ଥାନରେ ଭକ୍ତ ମାନେ ପୂଜାର୍ଚ୍ଚନା କରି ଆର୍ଶିବାଦ ଭିକ୍ଷା କରି ସଫଳ ଶୀତଳଷଷ୍ଠୀ ଯାତ୍ରାର ଆୟୋଜନ ପାଇଁ କାମନା କରିଥିଲେ ।

- Advertisement -

ବିଗତ ଦୁଇ ବର୍ଷ ହେବ କରୋନାର ସଙ୍କଟ ଯୋଗୁଁ ଏହି ଧାର୍ମିକ କାର୍ଯ୍ୟକ୍ରମ କେବଳ ବିଧିରକ୍ଷା ନିମନ୍ତେ ସମ୍ପୁର୍ଣ୍ଣ ନିରାଡମ୍ବରରେ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ଭବ୍ୟ ଶୋଭାଯାତ୍ରାରେ ଶ୍ରୀ ସାକ୍ଷୀଗୋପିନାଥ ମହାପ୍ରଭୁ ଙ୍କୁ ନନ୍ଦପଡାକୁ ରାତ୍ର ପ୍ରାୟ ୮ଟା ସମୟରେ ବାଲୁଙ୍କେଶ୍ୱର ମନ୍ଦିରକୁ ପହୁଞ୍ôଚଛନ୍ତି । ବାବା ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କର ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ଶ୍ରୀ ସାକ୍ଷୀଗୋପିନାଥ ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରରେ ଅବସ୍ଥାନ କରି ସମ୍ପୁର୍ଣ୍ଣ ବିବାହ ଉତ୍ସବର ସାକ୍ଷୀ ରହିବେ । ବିବାହ ଉତ୍ସବ ଶେଷ ହେବା ପରେ ଶ୍ରୀ ସାକ୍ଷୀଗୋପିନାଥ ତାଙ୍କର ନିଜସ୍ୱ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଏହି ପୌରାଣିକ ପରମ୍ପରା ଶୀତଳ ଷଷ୍ଠୀ ଆରମ୍ଭ ଦିନ ଠାରୁ ଚାଲି ଆସିଛି ଏବଂ ଏହି ନିତି କେବଳ ସର୍ବପୁରାତନ ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରାରେ ହିଁ ରହିଆସିଛି ବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories