www.samajalive.in
Saturday, December 13, 2025
27.1 C
Bhubaneswar

କୁମୁଳାବାହାଳି ଠାରେ ବିଶ୍ଵ ସାଇକଲ ଦିବସ ପାଳିତ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କୁମୁଳାବାହାଳି ଗ୍ରାମରେ ନେହେରୁ ଯୁବକେନ୍ଦ୍ର କେନ୍ଦୁଝର ଦ୍ବାରା ସଙ୍ଗଠିତ ବିଶ୍ଵ ସାଇକଲ ଦିବସ କାର୍ଯ୍ୟକ୍ରମ। ଯୁବ ସ୍ଵେଚ୍ଛାସେବୀ ପ୍ରଭାତ କୁମାର ମୁଣ୍ଡାଙ୍କ ସଂଯୋଜନାରେ କୁମୁଳାବାହାଳି ଗ୍ରାମର ଜୱାନ ବୀର ବିର୍ସା ମୁଣ୍ଡା ଯୁବକ ସଂଘର ସହଯୋଗ କ୍ରମେ ଏକ ସାଇକଲ ଶୋଭାଯାତ୍ରା ମା‌‌ଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମାଜକୁ ଏକ ବାର୍ତ୍ତା ଦେଇଥିଲା କି ଆମେ ସମସ୍ତେ ସାଇକଲ ବ୍ୟବହାର କରି ବାୟୁ ମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବା ଏବଂ ନିଜ ଶରୀରକୁ ସୁସ୍ଥ ରଖିବା ବାର୍ତ୍ତା ନେଇ କୁମୁଳାବାହାଳି ଗୋଷ୍ଠୀ କେନ୍ଦ୍ର ଠାରୁ ବାହାରି କୁମୁଳାବାହାଳି ବିଦ୍ୟାଳୟ ଦେଇ ରଙ୍ଗାମାଟିଆ ଗ୍ରାମ ପର୍ଯ୍ୟନ୍ତ ଏକ ସାଇକଲ ଶୋଭାଯାତ୍ରା କରିଥିଲେ। କାର୍ଯ୍ୟକ୍ରମଟିକୁ ସଙ୍ଘର ସଭାପତି ରାମଚନ୍ଦ୍ର ମୁଣ୍ଡା, ସମ୍ପାଦକ ହରେକୃଷ୍ଣ ମୁଣ୍ଡା, ମିଥୁନ ମୁଣ୍ଡା, ପ୍ରଦୀପ ମୁଣ୍ଡା ଏବଂ ସଙ୍ଘର ଅନ୍ୟ ସମସ୍ତ ସଦସ୍ୟ ଆୟୋଜନ କରିଥିଲେ ପାଟଣା ବ୍ଲକ ସଂଯୋଜକ ପ୍ରଭାତ କୁମାର ମୁଣ୍ଡା ଏବଂ ସାମ୍ବାଦିକ ବିଜୟ କୁମାର ମହାନ୍ତ ଉପସ୍ଥିତ ଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories