www.samajalive.in
Saturday, December 13, 2025
26.1 C
Bhubaneswar

ହଙ୍ଗର ପ୍ରକଳ୍ପ ପକ୍ଷରୁ ୩ ଦିନିଆ ମହିଳା ନେତୃତ୍ଵ ବିକାଶ ତାଲିମ ଶିବିର ଉଦଯାପିତ

ପାଟଣା: ଘଟଗାଁ ବ୍ଲକ୍ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ସଭାଗୃହରେ ହଙ୍ଗର ପ୍ରକଳ୍ପ ପକ୍ଷରୁ ୩ ଦିନିଆ ମହିଳା ନେତୃତ୍ଵ ବିକାଶ ତାଲିମ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି। ଗତ ବୁଧବାର ଏହି ଶିବିରକୁ ଭୋଳବେଡା ସରପଞ୍ଚ ସନ୍ଧ୍ୟାରlଣି ନାୟକ ଉଦଘାଟନ କରିବା ସହ ଉପସ୍ଥିତ ମହିଳା ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସ୍ଵାଗତ କରିଥିଲେ। ଶିବିରରେ ତୋରାଣିପୋଖରୀ ନାଏବ ସରପଞ୍ଚ ପଦ୍ମିନୀ ମହାନ୍ତ, ପିପିଳିଆ ସରପଞ୍ଚ ଗୋଲାପ ନାୟକ, ଭୋଳବେଡା ନାଏବସରପଞ୍ଚ ମିତରାଣୀ ନାୟକ, ସରାସପଶି ନାଏବ ସରପଞ୍ଚ ମିନାକ୍ଷୀ ନାଏକ ଓ ଭୋଳବେଡ଼ା ସରପଞ୍ଚ ସନ୍ଧ୍ୟାରାଣି ନାୟକଙ୍କ ସହ ୩୦ଜଣ ୱାର୍ଡ ସଦସ୍ୟ ଯୋଗ ଦେଇଥିଲେ।

ହଙ୍ଗର ପ୍ରକଳ୍ପର ଘଟଗାଁ ବ୍ଲକ୍ ସଂଯୋଜିକା ସୁମତୀ ପିଲା ଓ ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ଶିବିରାର୍ଥିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରରେ ସାମାଜିକ ନାଗରିକତା, ଲିଙ୍ଗଗତ ଭେଦଭାବ, ପିତ୍ରୁ ସତ୍ତା, ରାଜନୈତିକ ନାଗରିକତା, ଦେଶର ସମ୍ବିଧାନ, ମୌଳିକ ଅଧିକାର, ୭୩ତମ ସମ୍ବିଧାନ ସଂଶୋଧନ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା, ଦାୟିତ୍ଵ ଓ ଭୂମିକା, ଗ୍ରାମସଭା ଓ ପଲ୍ଲୀସଭା, ଆର୍ଥିକ ପରିଚାଳନା, ନେତୃତ୍ଵ ବିକାଶର ଦକ୍ଷତା, ସମସ୍ୟା ଚିହ୍ନଟିକରଣ ଓ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଶିବିରାର୍ଥିମାନଙ୍କୁ ୩ ଦିନ ଧରି ତାଲିମ ପ୍ରଦାନ କରାଯିବା ସହ ଅନ୍ତିମଦିନରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories