ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ କୁମୁଳାବାହାଳି ଗ୍ରାମରେ ନେହେରୁ ଯୁବକେନ୍ଦ୍ର କେନ୍ଦୁଝର ଦ୍ବାରା ସଙ୍ଗଠିତ ବିଶ୍ଵ ସାଇକଲ ଦିବସ କାର୍ଯ୍ୟକ୍ରମ। ଯୁବ ସ୍ଵେଚ୍ଛାସେବୀ ପ୍ରଭାତ କୁମାର ମୁଣ୍ଡାଙ୍କ ସଂଯୋଜନାରେ କୁମୁଳାବାହାଳି ଗ୍ରାମର ଜୱାନ ବୀର ବିର୍ସା ମୁଣ୍ଡା ଯୁବକ ସଂଘର ସହଯୋଗ କ୍ରମେ ଏକ ସାଇକଲ ଶୋଭାଯାତ୍ରା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମାଜକୁ ଏକ ବାର୍ତ୍ତା ଦେଇଥିଲା କି ଆମେ ସମସ୍ତେ ସାଇକଲ ବ୍ୟବହାର କରି ବାୟୁ ମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବା ଏବଂ ନିଜ ଶରୀରକୁ ସୁସ୍ଥ ରଖିବା ବାର୍ତ୍ତା ନେଇ କୁମୁଳାବାହାଳି ଗୋଷ୍ଠୀ କେନ୍ଦ୍ର ଠାରୁ ବାହାରି କୁମୁଳାବାହାଳି ବିଦ୍ୟାଳୟ ଦେଇ ରଙ୍ଗାମାଟିଆ ଗ୍ରାମ ପର୍ଯ୍ୟନ୍ତ ଏକ ସାଇକଲ ଶୋଭାଯାତ୍ରା କରିଥିଲେ। କାର୍ଯ୍ୟକ୍ରମଟିକୁ ସଙ୍ଘର ସଭାପତି ରାମଚନ୍ଦ୍ର ମୁଣ୍ଡା, ସମ୍ପାଦକ ହରେକୃଷ୍ଣ ମୁଣ୍ଡା, ମିଥୁନ ମୁଣ୍ଡା, ପ୍ରଦୀପ ମୁଣ୍ଡା ଏବଂ ସଙ୍ଘର ଅନ୍ୟ ସମସ୍ତ ସଦସ୍ୟ ଆୟୋଜନ କରିଥିଲେ ପାଟଣା ବ୍ଲକ ସଂଯୋଜକ ପ୍ରଭାତ କୁମାର ମୁଣ୍ଡା ଏବଂ ସାମ୍ବାଦିକ ବିଜୟ କୁମାର ମହାନ୍ତ ଉପସ୍ଥିତ ଥିଲେ।
Popular Categories



