www.samajalive.in
Tuesday, December 9, 2025
19.1 C
Bhubaneswar

କାଳବୈଶାଖୀ ଝଡବର୍ଷାରେ  ଶୀତଳପୁର ଗାଁରେ ୫୦ଫୁଟ ଧସିଲା ସାଳନ୍ଦୀ ନଦୀବନ୍ଧ

ଆରଡି: ଗୁରୁବାର ଆରଡ଼ି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡତୋଫାନ ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଏହାଫଳରେ ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ଶୀତଳପୁର ଗାଁ ନିକଟରେ ସାଳନ୍ଦୀ ନଦୀର ସୁରକ୍ଷାବନ୍ଧ ପାଖାପାଖି ୫୦ଫୁଟ ଧସିଯଯାଇଛି। ନଦୀକୂଳକୁ ଲାଗିକରି ଥିବା ୩ଟି ପରିବାରରଙ୍କର ୬ବଖରା ଘର ଅଣ୍ଟାଏ ଉଚ୍ଚରୁ ଦବିଯିବାରୁ ଭିଟାମାଟି ଛାଡି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି ପରିବାର ଲୋକ। ତାହାସହ ବର୍ଷାପବନ ଲାଗି ରହିଥିବାରୁ ନଦୀ ଜୁଆର ଢେଉରେ କୂଳ ଖାଉଛି। ଯାହାଫଳରେ ଗାଁ ଲୋକ ନଦୀବନ୍ଧକୁ ଜଗି ରହିଛନ୍ତି। ପୂର୍ବରୁ ନଦୀବନ୍ଧରେ ବିରାଟକାୟ ଫାଟ ସୃଷ୍ଟି ହୋଇଥିବା ବଳେ ନଦୀକୂଳରେ ଥିବା ଘର ଗୁଡିକର ଭୂସ୍ଖଳନ ଘଟି ଦବିଯାଇଥିଲା। ଏହାର ପ୍ରଭାବରେ ନଦୀବନ୍ଧରେ ଥିବା ଶହଶହ ବର୍ଷର ନଡିଆ ଓ ତାଳଗଛ ନଦୀ ଆଡକୁ ଢଳି ରହିଥିଲା। ଏବେ ବର୍ଷା ପବନରେ ନଦୀବନ୍ଧ ସମ୍ପୁର୍ଣ୍ଣ ଭାବେ ଧସିଯିବାରୁ ଭୟରେ ନଦୀକୂଳିଆ ଘର ଓ ଆସବାପତ୍ର ଛାଡି ପଳାଇଥିବା ସୂଚନା ମିଳିଛି।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories