ମାଧପୁର ଗ୍ରାମ୍ୟ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଡକାୟତି

ହରଭଙ୍ଗା: ପୁଲିସକୁ ଖୋଲାଚ୍ୟାଲେଞ୍ଜ ଦେଇ ଲୁଟେରାଦଳ ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଚୋରି ଘଟଣା ଚଳେଇଥିବା ବେଳେ ପୁଲିସ ଲୁଟେରାମାନଙ୍କ ଟେରପାଉନାହିଁ। ଗତ ବୁଧୁବାର ରାତିରେ ପୁରୁଣାକଟକ ଏବଂ ହରଭଙ୍ଗା ଥାନା ଅଞ୍ଚଳରେ ପୁଣି ଦୁଇ ଦୁଇଟି ଚୋରି ଓ ଡକାୟତି ଘଟଣା ସାମନାକୁ ଆସିଛି। ଗତ ରାତିରେ ଡକାୟତି ଦଳ ପୁରୁଣାକଟକ ଥାନା ଅର୍ନ୍ତଗତ ମାଧପୁରସ୍ଥିତ ଉତ୍କଳ ଗ୍ରାମ୍ୟବ୍ୟାଙ୍କରୁ ଲକରଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଜଣାପଡିଛି। ଏହି ଘଟଣାରେ ପୁଲିସ ସନ୍ଦେହରେ ଜଣଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଥିବା ଜଣାପଡ଼ିଛି। ତଦନ୍ତ ପ୍ରଭାବିତ ହେବା ଆଶଙ୍କାରେ ପୁଲିସ କୌଣସି ସୂଚନା ଦେଇନାହିଁ। ଗତ ରାତିରେ ସେହିପରି ସମାନ ଢଙ୍ଗରେ ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ପଞ୍ଚାୟତର କଣ୍ଠିପଦର ଗ୍ରାମର ଛବି ବେହେରାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଏବଂ ଟଙ୍କା ଲୁଟ ହୋଇଥିବା ଭଳି ଖବର ହସ୍ତଗତ ହୋଇଛି।
ସୂଚନା ଅନୁସାରେ କଣ୍ଠିପଦର ଗ୍ରାମର ଛବି ବେହେରା ଝିଅ ବାହାଘର ପାଇଁ ଘରେ ବାକ୍ସରେ ୨/୩ଟି ସୁନା ହାର ସହିତ କିଛି ଟଙ୍କା ସାଇତି ରଖିଥିଲେ। ରାତିର ଦୁର୍ବୃତ୍ତମାନେ ଘରେ ପଶି ଦୁଇଟି ବାକ୍ସ ଉଠେଇନେବା ସହିତ କିଛି ଦୂରରେ ବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ଟଙ୍କା ଲୁଟିନେଇଥିବା ଜଣାପଡିଛି। ଘଟଣାପରେ ଛବି ବେହେରା ହରଭଙ୍ଗା ଥାନାର ଅଭିଯୋଗ କରିଥିବା ଜଣାପଡିଛିି।

kalyan agarbati

Comments are closed.