www.samajalive.in
Saturday, December 13, 2025
27.1 C
Bhubaneswar

ବ୍ରଜରାଜନଗର ଉପନିର୍ବାଚନ : ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି

ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗଣତି କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ୩୦ମିନିଟ ପୋଷ୍ଟାଲ ବାଲଟ ଗଣତି ହେବ ଓ ପରେ ଇଭିଏମ ଗଣତି କରାଯିବ। ୧୪ଟି ଟେବୁଲରେ ଗଣତି ହେବ । ମୋଟ ୨୭୯  ବୁଥ ଥିବାରୁ ୨୦ରାଉଣ୍ଡ ଗଣନା ହେବ। ଭୋଟ ଗଣତି  ପ୍ରକ୍ରିୟାକୁ ସୁରୁଖୁରରେ ଶେଷ କରିବାକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।
ଭୋଟଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହୀନି ସହ ଓଡ଼ିଶା ପୋଲିସର ଯବାନମାନଙ୍କୁ ନିୟୋଜିତ
କରାଯାଇଥିବା ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରତି ଟେବୁଲରେ ୪ଜଣ କାଉଣ୍ଟିଂ ଅଫିସର ରହିବେ। ପ୍ରତି ରାଉଣ୍ଡ ପରେ ଫଳାଫଳ ମାଇକ ଯୋଗେ ଜଣାଇ ଦିଆଯିବ । ଝାରସୁଗୁଡ଼ା ଇଂଜିନିୟରିଂ କଲେଜ ପରିସରରେ ଭୋଟ ଗଣତି କରାଯିବ । ଏଥି ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଇଭିଏମ୍‍ଗୁଡ଼ିକ ରଖାଯାଇଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories