www.samajalive.in
Thursday, December 11, 2025
23.1 C
Bhubaneswar

ପଶ୍ଟିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଦୁଇଦିନିଆ ନୂଆପଡା ଜିଲା ଗସ୍ତ, ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶ ଦାତା ତଥା ପଶ୍ଟିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଦୁଇ ଦିନିଆ ନୂଆପଡା ଗସ୍ତରେ ଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ସକାଳେ ନୂଆପଡା ଜିଲାର ବିଜୁ ଏକ୍ସପ୍ରେସ୍ ୱେ ଯାଇଥିବା ସଡକ ପଥ ପାର୍ଶ୍ୱରେ କୋମନା ବ୍ଲକର ଇଛାପୁରଠାରେ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ୍ ପରିଦର୍ଶନ କରିଛନ୍ତି । ଏଠାରେ ନୂତନ ଭାବେ ମିଲେଟ୍ ପ୍ରକ୍ରିୟାକରଣ ପାଇଁ ସ୍ଥାପିତ ଯନ୍ତ୍ରପାତି ଓ ସେଗୁଡିକ କିପରି କାର୍ଯ୍ୟ କରୁଛି, ସେ ସଂପର୍କରେ ସବିଶେଷ ଅନୁଧ୍ୟାନ ଓ ଆଲୋଚନା କରାଯାଇଥିଲା। ପଶ୍ଚିମ ଓଡିଶା ବିକାଶ ପରିଷଦ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ତ୍ରିପାଠୀ ‘ମା ସୁନାଦେଇ ଉତ୍ପାଦନ କମ୍ପାନୀ ଓ ଅନ୍ୟ ଅଂଶୀଦାରମାନଙ୍କ ନେତୃତ୍ୱରେ ପରିଚାଳିତ କୃଷି ଉତ୍ପାଦନକାରୀ ସଂସ୍ଥା (ଏଫପିଓ)ମାନଙ୍କ ସହିତ ଆଲୋଚନା କରିଛନ୍ତି । ଜିଲାର ମିଲେଟ ଉତ୍ପାଦନକାରୀ ସଂସ୍ଥାଗୁଡିକୁ ଆବଶ୍ୟକ କଂଚାମାଲ ଯୋଗାଇ ଦିଆଯାଇ କିପରି ଜିଲ୍ଲାରେ ଲଗାତାର ଭାବରେ ମିଲେଟ ଉତ୍ପାଦନ ବୃଦ୍ଧି ଘଟିବ, ସେ ଦିଗରେ ବ୍ୟାପକ ଆଲୋଚନା କରାଯାଇଥିଲା ।

ବୈଷୟିକଜ୍ଞାନ ଏବଂ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି କୃଷି ଉତ୍ପାଦନକାରୀ ସଂସ୍ଥାଗୁଡିକ ଦକ୍ଷତା ବୃଦ୍ଧି ପୂର୍ବକ କିପରି ଉପଲବ୍ଧ ଆଧୁନିକ ଉପକରଣ ଗୁଡିକର ଯଥାଯଥ ବ୍ୟବହାର କରିବେ, ସେ ସମ୍ପର୍କରେ ଶ୍ରୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଉପରୋକ୍ତ ସଂସ୍ଥାର କର୍ମକର୍ତ୍ତାମାନଙ୍କୁ ସଚେତନ ତଥା ଉତ୍ସାହିତ କରିଥିଲେ । ଶ୍ରୀ ତ୍ରିପାଠୀ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ଏହି ଅଭିନବ ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହି ମିଲେଟ ପ୍ରକ୍ରିୟା କରଣ ୟୁନିଟ ସହିତ ଯେଉଁ ଫାର୍ମ ପ୍ରଡୁସର ଅର୍ଗାନାଇଜେନମାନେ ସଂପୃକ୍ତ ରହିଛନ୍ତି, ୟୁନିଟଗୁଡିକର ସୁପରିଚାଳନା ପାଇଁ ନିଜେ ସୁଦୃଢ ଓ ସଶକ୍ତ ହେବା ଏବଂ କାର୍ଯ୍ୟରେ ନିରନ୍ତରତା ଆଣିବା ପାଇଁ କହିଥିଲେ । ଏହି ପରିଦର୍ଶନ ସମୟରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡଃ. ଅଜିତ୍ କୁମାର ମିଶ୍ର ଓ ଜିଲାପାଳ ନୂଆପଡା ସ୍ୱଧା ଦେବ ସିଂ ଉପସ୍ଥିତ ଥିଲେ । ଶ୍ରୀ ତ୍ରିପାଠୀଙ୍କର ଆଜି ଜିଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories