ହରଭଙ୍ଗା: ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟରେ ଅଘଟଣ। ହରଭଙ୍ଗା ମଣିପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ। ମଧ୍ୟାହ୍ନ ଭୋଜନ ଖାଇବା ପରେ ୨୫ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ୧୦ ଛାତ୍ରୀ ଗୁରୁତର ହୋଇଥିବାବେଳେ ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପୁରୁଣକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆଜି ମଧ୍ୟାହ୍ନ ଭୋଜନ ଖାଇବା ପରେ ଜଣକ ପରେ ଜଣେ ଛାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ। କିଛି ଛାତ୍ରୀ ଖାଇ ସାରିବା ପରେ ଝାଡ଼ାବାନ୍ତି ହୋଇଥିବା ଦେଖବାକୁ ମିଳିଥିଲା। ସେମାନେ ଗୁରୁତର ହୋଇପଡ଼ିବାରୁ ଅସୁସ୍ଥ ଥିବା ଛାତ୍ରୀମାନଙ୍କୁ ଚିକିତ୍ସା ପାଇଁ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ କେଉଁ କାରଣରୁ ଅସୁସ୍ଥ ହୋଇଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।
ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ୨୫ ଛାତ୍ରୀ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡିଛି। ସେଥିରୁ ଆଜି ଅପରାହ୍ନ ୨ଟାରେ ୧୨ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟର ୨୫ ଜଣ ଛାତ୍ରୀ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଛନ୍ତି । ତେବେ ୧୩ ଜଣ ଛାତ୍ରୀଙ୍କୁ ହଷ୍ଟେଲରେ ଔଷଧ ଦେଇ ସୁସ୍ଥ କରାଯାଇଥିବା ବେଳେ ୧୨ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ରୀଙ୍କୁ ସାଲାଇନ ଲାଗିଛି । ସେପଟେ ହଷ୍ଟେଲ କର୍ତ୍ତୃପକ୍ଷ ଆଜିର ଖାଦ୍ୟର ବିବରଣୀକୁ ନେଇ ମୁହଁ ଖୋଳୁନଥିବାରୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଭୂମିକାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି । ତେବେ ହଷ୍ଟେଲରେ କେତେଜଣ ଛାତ୍ରୀ ଥିଲେ ? କେବଳ ୨୫ ଜଣ ଅସୁସ୍ଥ ହୋଇଛନ୍ତି ନା ଆହୁରି ଅଧିକ ସଂଖ୍ୟାରେ ଛାତ୍ରୀ ଅସୁସ୍ଥ ହୋଇଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି।



