www.samajalive.in
Sunday, December 7, 2025
23.1 C
Bhubaneswar

ଭବ୍ୟ ରାମନ୍ଦିରର ଗର୍ଭଗୃହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା : ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିରର ଗର୍ଭଗୃହର ଶିଳାନ୍ୟାସ କରିଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନିର୍ମାଣଧୀନ ରାମ ମନ୍ଦିରର ଗର୍ଭଗୃହର ଶିଳା ପୂଜନ କରିଛନ୍ତି । ମନ୍ତ୍ରୋଚାରଣ ସହ ଶିଳା ସ୍ଥାପନ କରାଯାଇଥିଲା ।
ଏହି ଅବସରରେ ଅଯୋଧ୍ୟାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାମମନ୍ଦିର ଭାରତର ରାଷ୍ଟ୍ରୀୟ ମନ୍ଦିର ହେବ । ଲୋକେ ଅନେକ ଦିନରୁ ଏହି ଦିନକୁ ଅପେକ୍ଷା କରିଥିଲେ । ରାମ ମନ୍ଦିର ଭାରତର ଏକତାର ପ୍ରତୀକ ହେବ ।
ଶିଳାନ୍ୟାସ ପରେ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଦୁଇ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ ହେବା ପରେ ଆମକୁ ଗର୍ଭଗୃହର ଶିଳା ପୂଜାର ସୌଭାଗ୍ୟ ମିଳିଛି । ଖୁବଶୀଘ୍ର ଭବ୍ୟ ରାମମନ୍ଦିର ତିଆରି ଶେଷ ହୋଇଯିବ । ବର୍ତ୍ତମାନ ଜଲଦି ଜଲଦି ନିର୍ମାଣ କାର୍ଯ୍ୟ କରାଯିବ । ଗୋରକ୍ଷପୀଠର ତିିନି ପିଢି ଏହି କାର୍ଯ୍ୟରେ ଲାଗିଛନ୍ତି । ଅଯୋଧ୍ୟାରେ ୫୦୦ ବର୍ଷର ଅପେକ୍ଷା ଖୁବ ଶୀଘ୍ର ପୂରଣ ହେବ ।

 

- Advertisement -

 

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories