www.samajalive.in
Sunday, December 7, 2025
18.1 C
Bhubaneswar

୩ ରସାୟନ ବିଜ୍ଞାନୀଙ୍କୁ ନୋବେଲ

ଷ୍ଟକହୋମ : ପ୍ରୋଟିନ୍‍, ଜୈବ ଇନ୍ଧନ ଏବଂ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ଦୁଇ ଆମେରିକୀୟ ବୈଜ୍ଞାନିକ ଫ୍ରାନ୍ସିସ୍‍ ଏଚ୍‍ ଆରନୋଲ୍ଡ ଓ ବୈଜ୍ଞାନିକ ଜୋର୍ଜ ପି ସ୍ମିଥ, ବ୍ରିଟେନ୍‍ର ବୈଜ୍ଞାନିକ ଗ୍ରେଗରି ୱିଣ୍ଟର ମିଳିତ ଭାବେ ଚଳିତ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବୈଜ୍ଞାନିକ ଏଚ୍‍ ଫ୍ରାନ୍ସିସ୍‍ ଶରୀରର ଜୀବକୋଷରେ ପ୍ରସ୍ତୁତି ପୁଷ୍ଟିସାର (ଏନ୍‍ଜାଇମ୍ସ) ନିମନ୍ତେ ପ୍ରତ୍ୟକ୍ଷ ପ୍ରଣାଳୀର ଆବିଷ୍କାର କରିଥିଲେ। ଏହି ପ୍ରଣାଳୀରେ ପ୍ରସ୍ତୁତ ପୁଷ୍ଟିସାର (ଏନ୍‍ଜାଇମ୍ସ) ଜୈବଇନ୍ଧନ, ଫାର୍ମାସୁଟିକଲ୍ସର ବିଭିନ୍ନ କ୍ଷେତ୍ରରେ ଉପଯୋଗ ହୋଇପାରିବ। ସେହିପରି ବୈଜ୍ଞାନିକ ଜୋର୍ଜ ପି ସ୍ମିଥ ବୀଜାଣୁଭୋଜ (ବ୍ୟାକ୍ଟେରିଓଫାଜ) (ଭାଇରସ ବା ଜୀବାଣୁକୁ ସଂକ୍ରମିତ କରିପାରୁଥିବା ବୀଜାଣୁ)କୁ ବ୍ୟବହାର କରି ଏକ ପ୍ରକାର ପୁଷ୍ଟିସାର (ପ୍ରୋଟିନ୍‍) ପ୍ରସ୍ତୁତ କରିବାର ପ୍ରଣାଳି ଆବିଷ୍କାର କରିଥିଲେ। ବ୍ରିଟେନ୍‍ର ବୈଜ୍ଞାନିକ ଗ୍ରେଗରି ୱିଣ୍ଟର ଶରୀରରେ ପ୍ରବେଶ କରିଥିବା ବିଷଦ୍ରବ୍ୟକୁ ଧ୍ୱଂସ ବା ନଷ୍ଟ କରିବା ପାଇଁ ରକ୍ତରେ ଗଢି ଉଠିଥିବା ବିଷନାଶକ ପୁଷ୍ଟିସାର (ଏଣ୍ଟିବଡ଼ି) ପ୍ରସ୍ତୁତ କରିବାର ପ୍ରଣାଳି ଖୋଜି ବାହାର କରିଥିଲେ। ଏହାଦ୍ୱାରା ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ସହ ଶରୀରର ଗୋଟିଏ ଅଂଶରୁ ଅନ୍ୟ ଅଂଶକୁ ସ୍ଥାନାନ୍ତର ହେଉଥିବା କର୍କଟ (କ୍ୟାନ୍ସର) ରୋଗର ଉପଚାର କରିହେବ। ସେହିପରି ସ୍ମିଥ ଏବଂ ୱିଣ୍ଟରଙ୍କ ଦ୍ୱାରା ପ୍ରସ୍ତୁତ ଔଷଧ ଦ୍ୱାରା ଶରୀରରେ ସ୍ୱଭାବିକ ଭାବରେ ଥିବା ପଦାର୍ଥର ବିନାଶକ ପ୍ରତିପିଣ୍ଡ ଦ୍ୱାରା ସୃଷ୍ଟ ରୋଗ (ଅଟୋଇମୁନ)ର ଚିକିତ୍ସା କରିହେବ। ବୁଧବାର ରୟାଲ ସ୍ୱିଡେନ ଏକାଡେମୀର ଘୋଷଣା ଅନୁଯାୟୀ ପ୍ରୋଟିନ୍‍, ଜୈବ ଇନ୍ଧନ ଏବଂ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ଏହି ତିନି ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ଲାଗି ମନୋନୟନ କରାଯାଇଛି। ପୁରସ୍କାର ବାବଦକୁ ତିନି ବୈଜ୍ଞାନିକଙ୍କୁ ୯୦ ଲକ୍ଷ ସ୍ୱିଡିଶ କ୍ରାଉନ୍‍ (୭.୫ କୋଟି ଟଙ୍କା) ମିଳିବ। ତେବେ ପୁରସ୍କାର ରାଶିର ଅଧା ଅର୍ଥ ଏଚ୍‍ ଆରନୋଲ୍ଡଙ୍କୁ ମିଳିବ ଓ ଅବଶିଷ୍ଟ ଅଧା ଅର୍ଥ ଜୋର୍ଜ ପି ସ୍ମିଥ ଓ ଗ୍ରେଗରି ୱିଣ୍ଟରଙ୍କୁ ମିଳିବ ବୋଲି ଘୋଷଣା କରାଯାଇଛି। ରସାୟନ ବିଜ୍ଞାନରେ ନୋବଲେ ପୁରସ୍କାର ପାଇବା କ୍ଷେତ୍ରରେ ଫ୍ରାନ୍ସିସ୍‍ ଏଚ୍‍ ଆରନୋଲ୍ଡ ହେଉଛନ୍ତି ପଞ୍ଚମ ମହିଳା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories