www.samajalive.in
Sunday, December 7, 2025
14.1 C
Bhubaneswar

ଅତାବିରା ରାଧାକୃଷ୍ଣ ମନ୍ଦିର ପରିସରରେ ୨୪ ପ୍ରହରୀ ନାମଯଜ୍ଞ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ ଏ ସି ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ୨୪ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି। ଏଥିପାଇଁ ଗ୍ରାମର ପାର୍ବତୀ ମନ୍ଦିର ପୋଖରୀରୁ ପାରମ୍ପରିକ ରୀତନୀତିରେ ପୂଜାର୍ଚ୍ଚନା ପୂର୍ବକ ପୂର୍ଣ୍ଣ କଳସ ଅଣାଯାଇ ପୂଜା ମଣ୍ଡପ ରେ ସ୍ଥାପନ କରିବା ପରେ ନାମଯଜ୍ଞ ଆରମ୍ଭ ହୋଇଥଲା। ଅଜିତ୍ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ସୁଶ୍ରୀ ପ୍ରଧାନ  କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପଣ୍ଡିତ ଜୟ କୁମାର ଦାଶ ପଣ୍ଡିତ ରୂପେ ବରଣ ହୋଇ ପୂଜା କାର୍ଯ୍ୟ ତୁଲାଉଛନ୍ତି। ଏହି ନାମ ଯଜ୍ଞ  ପାଇଁ ଝାରସୁଗୁଡ଼ାର ଟାମ୍ପର କେଳା,ତେଲେନ ପାଲି,କାଶୀ ପାଲି,ବର୍ ଗାଁ,ଧାଙ୍ଗେରର ସଂକୀର୍ତ୍ତନ ଦଳ ସ୍ଵତନ୍ତ୍ର ନିମନ୍ତ୍ରିତ ହୋଇଥିବା ବେଳେ ଅନ୍ୟ ଦିନ ମାନଙ୍କରେ କାଣ୍ଡ ପାଲି,ଲାଦର୍ ପାଲି,ଭାଲୁ ପାଲି, ଟୋପ ଖଲିଆ ପାଲି,ପରମାଣ ପୁର, କୁଲୁଣ୍ଡା ଉପର ପଡ଼ା, ତଳି ପଡ଼ା, ପଧାନ ଟିକରା,ବାବେବିରା ମହିଳା ସଂକୀର୍ତ୍ତନ୍ୟ ଦଳ,ପଲସା ପାଲି,ଭୋଇ ପୁରା,ଆ. କଟା ପାଲି,ରେମଣ୍ଡା,ବରଗଡ଼ ତଳି ପଡ଼ା,ଭୋଇ ପାଲି,ଖଇର ପାଲି,କର୍ମୀ ଟିକରା ଆଦି ସଙ୍କୀର୍ତ୍ତନ ଦଳକୁ ନିମନ୍ତ୍ରିତ କରାଯାଇଛି । ଆସନ୍ତା  ୨୯ତାରିଖ ଦିନ  ପୂର୍ଣ୍ଣାହୁତି ହେବ ବୋଲି  ଜଣା ପଡ଼ିଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories