www.samajalive.in
Monday, December 15, 2025
16.1 C
Bhubaneswar

ଜୀବନ ବଞ୍ଚାଇବାକୁ ମଣିଷକୁ ହାତ ଯୋଡ଼ିଲା ମାଙ୍କଡ଼!

ନୀଳଗିରି: ବିଦ୍ୟୁତ ଆଘାତ ଲାଗି ଶରୀରରେ ହେଉଥିବା ଅସହ୍ୟ କଷ୍ଟ କୁ ସମ୍ଭାଳି ପାରିଲାନି । ଶେଷରେ ମାଙ୍କଡ଼ଟି ମଣିଷ ପିଣ୍ଡାରେ ବସି ଆଶ୍ରୟ ନେବା ସହ ଜୀବନ ବଞ୍ଚାଇବାକୁ ହାତ ଯୋଡ଼ିବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି । ନୀଳଗିରିରେ ଏମିତି କିଛି ହୃଦହସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି।  ନୀଳଗିରିର କୁଲଡିହା ଜଙ୍ଗଲରେ ବାସ କରୁଥିବା ଏକ ମାଙ୍କଡ଼ ଖଜୁରୀ କୋଳି ଖାଇବା ବାହାନାରେ ଜଙ୍ଗଲରୁ ଜନବସତି ଆଡ଼କୁ ଚାଲି ଆସିଥିଲା । ଗରଡ଼ିହି ପଞ୍ଚାୟତ ଅଧୀନ ଆମ୍ବଝର ନିକଟରେ ଯାଇଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏହି ମାଙ୍କଡ଼ର ମୁହଁ, ହାତ ଓ ଦେହ ପୋଡ଼ି ଯାଇଥିଲା । ଏହି ଘଟଣା ୨/୩ଦିନ ପୂର୍ବରୁ ଘଟିଥିଲେ ହେଁ,  ମାଙ୍କଡ଼ଟି ଅଧୀକ ଅସୁସ୍ଥ ହୋଇ ପଡୁଥିବା ଜାଣି ସେ ଉକ୍ତ ଆମ୍ବଝର ଗାଁର ଜଣେ ଆଦିବାସୀ ଲୋକଙ୍କ ପିଣ୍ଡାରେ ବସି ହାତ ଯୋଡ଼ିଥିଲା । ଦେହ ପୋଡ଼ି ଯାଇଥିବା ଯୋଗୁଁ ମାଙ୍କଡ଼ଟି ଦୁର୍ଗନ୍ଧ କରୁଥିଲା । ଜୀବନ ବଞ୍ଚାଇବାକୁ ଏହି ମାଙ୍କଡ଼ଟି ମଣିଷ ପିଣ୍ଡାରେ ବସି ହାତ ଯୋଡୁଥିବା ଖବରପାଇ ନୀଳଗିରି ଅଞ୍ଚଳର ସ୍ୱେଛାସେବୀ ସଂଗଠନ ମହାବୀର ଫାଉଣ୍ଡେସନର ପ୍ରତିଷ୍ଠାତା ବିଦ୍ୟାଧର ବାରିକ ଓ ଅନ୍ୟ ସଦସ୍ୟମାନେ ସେଠାରେ ପହଞ୍ଚିଥିଲେ । ଗୁରୁତର ଅବସ୍ଥାରେ ମାଙ୍କଡ଼ଟିକୁ ସେଠାରୁ ଉଦ୍ଧାର କରି ନୀଳଗିରି ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ନିୟୋଜିତ ଡାକ୍ତରମାନେ ମାଙ୍କଡ଼କୁ ଉତ୍ତମ ଚିକିତ୍ସା କରିବା ପରେ ମହାବୀର ଫାଉଣ୍ଡେସନର କର୍ମକର୍ତ୍ତାମାନେ ଏହି ମାଙ୍କଡ଼କୁ କୁଲଡିହା ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଉକ୍ତ ଫାଉଣ୍ଡେସନର ଏଭଳି ମହତ୍ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories