www.samajalive.in
Sunday, December 14, 2025
14.1 C
Bhubaneswar

ଅନେକ ରୋଗରୁ ମୁକ୍ତି ଦିଏ ସୁଜି

ଆଜିର ବ୍ୟସ୍ତ ବହୁଳ ଜୀବନରେ ଆମେ ନିଜ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦେଇ ପାରୁନାହାନ୍ତି। ଯଦ୍ୱାରା ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏନେଇ ବହୁ ସୟରେ ଆମେ ଚିନ୍ତିତ ରହିଥାଆନ୍ତି। ତେଣୁ କ’ଣ ଖାଇଲେ ସୁସ୍ଥ ରହିବେ, ସେ ନେଇ ଯତ୍ନବାନ୍ ହେବା ଆବଶ୍ୟକ।
ବହୁ ସମୟରେ ଲୋକେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ବେହା ସତ୍ତ୍ବେ ସେମାନଙ୍କୁ ବହୁ ରୋଗ ଆକ୍ରମଣ କରିଥାଏ। ସେମିତି କିଛି ରୋଗ ତାଲିକାରେ ରହିଛି ମଧୁମେହ ବା ଡାଇବେଟିସ୍, ମୋଟାପଣ ଓ ଏନିମିଆ।
ତେବେ ଜାଣିଛନ୍ତି କି, ନିୟମିତ ସୁଜି ଖାଇବା ଦ୍ୱାରା ଏହିସବୁ ରୋଗ ଦୂରେଇ ରହିଥାଏ? ଏଥିରେ ଭରପୂର ମାତ୍ରାରେ ଥିବା ଭିଟାମିନ୍ ଓ ମିନେରାଲ୍ସ ଆମ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ।

ଚାଲନ୍ତୁ ଜାଣିବା ସୁଜିର ଉପକାରୀତା ବିଷୟରେ –

- Advertisement -

ମଧୁମେହ ନିୟନ୍ତ୍ରଣ କରେ : ସୁଜିରେ ଗ୍ଲାସୋମିକ୍ ଇଣ୍ଡେକ୍ସ ବହୁତ କମ୍ ରହିଥାଏ। ଯାହା ମଧୁମେହ (ଡାଇବେଟିସ୍) ରୋଗୀ ଖାଇବା ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ । ଯଦି ଜଣେ ମଧୁମେହ ରୋଗୀ ପ୍ରତ୍ୟେକ ଦିନ ନିଜ ଖାଇବାରେ ସୁଜି ସାମିଲ କରିବେ, ତା’ହେଲେ ଡାଇବେଟିସ୍ ନିଶ୍ଚିତ ଭାବେ ନିୟନ୍ତ୍ରଣ ହୋଇପାରିବ।

ଓଜନ ହ୍ରାସ କରେ : ଓଜନ ହ୍ରାସ କରିବାରେ ମଧ୍ୟ ସୁଜି ସାହାଯ୍ୟ କରିଥାଏ । ଏଥିରେ ଭରପୂର ଫାଇବର୍ ରହିଛି, ଯାହା କି ପାଚନ ପ୍ରକ୍ରିୟାକୁ ସୂଚାରୁ ରୂପେ ତୁଲାଇବାରେ ସହାୟକ ହୁଏ। ଯଦି ଆପଣଙ୍କ ଓଜନ ବଢ଼ୁଛି, ତାହାହେଲେ ସୁଜି ଖାଇବା ଆରମ୍ଭ କରି ଦିଅନ୍ତୁ।

ଶରୀରକୁ ଶକ୍ତି ଯୋଗାଏ : ସୁଜିରେ ବିପୁଳ ମାତ୍ରାରେ ପ୍ରୋଟିନ୍ ଓ ମିନେରାଲ୍ସ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ମାଂସପେଶୀ ସୁଦୃଢ ହୋଇଥାଏ।

ରକ୍ତ ହୀନତା ଦୂର କରେ: ସୁଜିରେ ଭରପୂର ମାତ୍ରାରେ ଆଇରନ୍‍ ରହିଛି। ଫଳରେ ଏହା ଏନିମିଆ ବା ରକ୍ତହୀନତା ରୋଗରୁ ମୁକ୍ତି ଦେଇଥାଏ। ଏହି ରୋଗ ହୋଇଥିବା ବ୍ୟକ୍ତି ସୁଜି ଖାଇଲେ ଶରୀରରେ ରକ୍ତର ଅଭାବ ପୂରଣ ହୋଇଥାଏ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories